ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସାମୁହିକ ସଫେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ସରପଞ୍ଚ ରାମଚନ୍ଦ୍ର ପାତ୍ରଙ୍କ ଉଦ୍ୟମ କ୍ରମେ ଗାଁର ବାବା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୱାର୍ଡ ସଭ୍ୟ ଦିପ୍ତୀ ବିଶ୍ୱାଲ, କୃପା ପାତ୍ର, ଅମର ପାତ୍ର, ସମିତି ସଭ୍ୟ ଜଗଦିଶ ପାତ୍ର, ଗାଁ ସାଥୀ ପାର୍ଥ ବରିହା, ସୁରେଶ ଭୋଇ, ଅନିଲ ବାଗଙ୍କ ସମେତ ସମସ୍ତ ଅଙ୍ଗନବାଡ଼ି କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.