jayashree

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗିସର୍ଡା ହରିହର ହାଇସ୍କୁଲର ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ସ୍ଥିତ ଡୁନ ବିଦ୍ୟାଳୟରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାରୁ ଜିଲ୍ଲା ସଂଯୋଜକ ଆନନ୍ଦ ବଡ଼ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନ ପାଇଥିବା ୪ ଗୋଟି ପ୍ରକଳ୍ପ ମଧ୍ୟରୁ ଲୋଇସିଂହା ବ୍ଳକ ଅନ୍ତର୍ଗତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ ଯୋଗିସର୍ଡାରୁ ନବମ ଶ୍ରେଣୀର ଛାତ୍ରୀ କିରନମୟୀ ସାହୁ, ସହଯୋଗୀ ପ୍ରତୀକ୍ଷା ହରପାଲ ଓ ମାର୍ଗ ଦର୍ଶକ ଶିକ୍ଷକ ନରେଶ କୁମାର ଦ୍ଵାରିଙ୍କ ଦ୍ଵାରା ପ୍ରସ୍ତୁତ “ଯୋଗିସର୍ଡା ଅଞ୍ଚଳରେ ସ୍ବଚ୍ଛତା-ଏକ ବିବରଣୀ”, ଏବଂ ଦଶମ ଶ୍ରେଣୀର ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀ, ସହଯୋଗୀ ଐଶ୍ରିୟା ତ୍ରିପାଠୀ ଓ ତାଙ୍କର ମାର୍ଗଦର୍ଶକ ଶିକ୍ଷକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ଦ୍ଵାରା ପ୍ରସ୍ତୁତ “ଯୋଗିସର୍ଡା ଅଞ୍ଚଳରେ ପାଳିତ ପର୍ବପର୍ବାଣୀରେ ବୈଜ୍ଞାନିକତା- ଏକ ବିବରଣୀ” ଏହିପରି ୨ଟି ପ୍ରକଳ୍ପ ରାଜ୍ୟ ସ୍ତରରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଏଥିରୁ ପ୍ରତୀଭାମୟୀ ତ୍ରିପାଠୀଙ୍କ ପ୍ରକଳ୍ପ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇ ଜାତୀୟ ସ୍ତରରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏହି ପ୍ରକଳ୍ପଟି ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀଙ୍କ ତତ୍ତାବଧାନରେ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ କୃତିଛାତ୍ରୀ ତଥା ଟିମର ସମସ୍ତ ସଦସ୍ୟଙ୍କ ପାଇଁ ବିଦ୍ୟାଳୟ ତରଫରୁ ତଥା ପରିଚାଳନା କମିଟି ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟିବା ସହ ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ ଟିମ୍ର ସଦସ୍ୟ ମାନଙ୍କୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.