ls

ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

sb

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ସୁବର୍ଣ୍ଣପୁର ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବ ଏକ ଡ୍ରିଲର ଗାଡିରେ କାର ଧକ୍କା ଦେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ସୁଭ୍ରାଂଶୁ ଯୋଷୀ ବୋଲି କୁହାଯାଉଥିବା ବେଳେ ଆହତ ଜଣକ ସମ୍ବଲପୁରର ବିକାଶ ରାଏ ବୋଲି ଜଣାପଡିଛି ।

ସୂଚନା ଅନୁସାରେ କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଡ୍ରିଲର ଗାଡି ସହିତ ଧକ୍କା ହୋଇଥିଲା । ଏହି ଧକ୍କାରେ କାରଟି ଚୂର୍‌ମାର୍‌ ହୋଇଯାଇଥିବା ଦେଖାଯାଇଛି । ଗାଡିରେ ବସିଥିବା ଦୁଇ ଜଣଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଡାକ୍ତର ସେଠାରେ ସୁଭ୍ରଂଶୁଙ୍କୁ ମୃତ ଘଷୋଣ‍ା କରିଥିବା ବେଳେ ବିକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲ‍ା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

pc pk
Leave A Reply

Your email address will not be published.