lika

ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ସହ ବାଡେ଼ଇ ହେଲା ବସ୍‌, ୧ ମୃତ, ୫ ଗୁରୁତର

gbag

ନବରଙ୍ଗପୁର : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା ସାମ୍‌ନାକୁ ଆସିଛି । ନବରଙ୍ଗପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣାର ସ‌ମ୍ମୁଖୀନ ହୋଇଛି । ଦୁର୍ଘଟଣାରେ ବସ ହେଲ୍‌ପରର ମୃତ୍ୟୁ ହୋଇଥିବା ଖବର ମିଳିଛି । ୫ ଜଣ ଗୁରୁତର ରହିଥିବା ବେଳେ ଗୁରୁତରଙ୍କୁ ବାରୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ଷ୍ଟାଫଙ୍କୁ ମିଶାଇ ପ୍ରାୟ ୩୫ ଜଣ ବସ୍‌ରେ ଥିବା ସୂଚନାରେ କୁହାଯାଇଛି। ବସ ଏକ ଟ୍ରକକୁ ଓଭର ଟେକ କରୁଥିବା ବେଳେ ଆଗକୁ ଏକ ଷଣ୍ଢ ପଶି ଆସିଥିବା ଯୋଗୁଁ ବସ୍‌ଟି ଷଣ୍ଢକୁ ପିଟିବା ପରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ପୁଣି ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ବସ୍‌କୁ ପିଟି ଦେଇଥିବା କୁହାଯାଇଛି । ତେବେ ବସ୍‌ଟି ଚୁର୍‌ମାର୍‌ ହୋଇଯାଇଥିବା ଦେଖିବାକୁ ମିଳିଛି ।

sandip
Leave A Reply

Your email address will not be published.