om academy

ସଚେତନ ହେମା ମହୋତ୍ସବର ଦ୍ଵିତୀୟ ଓ ତୃତୀୟ ସନ୍ଧ୍ୟା

jsm
  • ଗୁରୁ ଆନନ୍ଦ ବାଗଙ୍କ ଦେବଗୁରୁ ଲକ୍ଷ୍ମୀପୁରାଣ ମନ ଜିଣିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁପରିଚିତ ନାଟକ ଓ ସଂସ୍କୃତିର ଅନୁଷ୍ଠାନ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଆୟୋଜିତ ଚଳିତ ମାର୍‌ଜିନାଲ୍‌ଇଜ୍‌ ଫୋକ୍‌ ଥିଏଟର ୨୦୨୪ ମହୋତ୍ସବରେ ଦ୍ଵିତୀୟ ସନ୍ଧ୍ୟାରେ ବେଣୁଧର ସାହୁ ଲୋକନୃତ୍ୟ ଦଳ ଡାଲଖାଇ ନୃତ୍ୟ ଓ ଗୁରୁ ଆନନ୍ଦ ବାଗଙ୍କ ବ୍ରହ୍ମବୀଣା ସାଙ୍ଗକୁ ଲକ୍ଷ୍ମୀପୁରାଣ ପରିବେଷଣ ଅତି ଚମତ୍କାରରେ ହୋଇଥିଲା । ମା’ମାନେ ଲକ୍ଷ୍ମୀପୁରାଣରେ ବିମୋହିତ ହୋଇ ଉତ୍କଣ୍ଠାର ସହ ଶ୍ରବଣ କରୁଥିଲେ । ସେହିପରି ତୃତୀୟ ସନ୍ଧ୍ୟାରେ ସପ୍ତଭଗିନୀ ମହିଳା କରମସାନି ଦଳ, କରମସାନି ଓ ଠାକୁର ସାହୁ କରମସାନି ଦଳ ଧାନ ଉଡାଇବା କରମସାନି ଲୋକଙ୍କ ମନକୁ ଛୁଇଁ ପାରିଥିଲା । ଅତିଥି ଭାବରେ ବସୁଦେବ ସାହୁ, ଶିକ୍ଷକ ଧର୍ମେନ୍ଦ୍ର ସାହୁ, ସଙ୍ଗୀତଜ୍ଞ ଲାଲସାହେବ ସାହୁ, ଅଭିନେତା ଘନଶ୍ୟାମ ସାହୁ, ନାଟ୍ୟକାର ରାଜକୁମାର ସାହୁ ମଂଚାସୀନ ଥିଲେ । ନାଟ୍ୟକାର ରାଜକୁମାର ସାହୁ ଲୋକକଳା ଦିବସରେ ଲୋକନାଟ୍ୟର ଅନୁଚିନ୍ତା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈଶାଖୁ ମେହେର, ପାଲଟନ ମହାକୁର, ପ୍ରଶାନ୍ତ ମହାପାତ୍ର, ଘନଶ୍ୟାମ ଭୋଇ, ଜୟନ୍ତ ସାହୁ, ମହେନ୍ଦ୍ର ସାହୁ, ସୋନୁ ସାହୁ, ଚତୁର୍ଭୁଜ ସାହୁ, ସଂଜୀବ ସାହୁ, ଜ୍ୟୋତି ସାହୁ, ଚାନ୍ଦିନୀ ସାହୁ, ନନ୍ଦିନୀ ସାହୁ ପ୍ରମୁଖ ସହାୟତା କରିଥିଲେ । ଆସନ୍ତା କାଲି ସଂଚାର, ସମ୍ବଲପୁରୀ ନୃତ୍ୟ ଓ ପାଲା ପରିବେଷଣ ହେବ ବୋଲି ସଂଯୋଜକ କୁଳମଣି ପଶୟତଙ୍କ ମୁଖରୁ ପ୍ରକାଶ ।

Leave A Reply

Your email address will not be published.