centurian jitm

‘ସାବିତ୍ରୀ’ ପୌରାଣିକ ଗୀତ ନାଟକ

nschool
  • ଡା. ରୁଦ୍ର ନାରାୟଣ ପଟେଲଙ୍କ ଯମ ରୂପରେ ବେଶ୍‌ ମନମୁଗ୍ଧ ହୋଇଥିଲା ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ନାଟକ ସଂସଦ ବଲାଙ୍ଗିର ଦ୍ୱାରା ପୌରାଣିକ ଗୀତ ନାଟକ ‘ସାବିତ୍ରୀ’ ଅନୁଷ୍ଠିତ ହୋଇଯାଇଛି । ବିଗତ କିଛି ଦିନରେ ଲୋପ ପାଇ ଯାଉଥିବା ନାଟକଟି ପୁଣି ପୁନଃ ଉଦ୍ଧାର ହୋଇଛି । ରାଜତନ୍ତ୍ର ଶାସନରୁ ଏହା ଚାଲି ଆସୁଥିବା ବେଳେ ବର୍ତ୍ତମାନ ଡିଜିଟାଲ ଯୁବ ଆସିଥିଲେ ମଧ୍ୟ ଯୁବ ପିଢି ଓ ସମାଜର ବିଭିନ୍ନ କ୍ଷେତ୍ରରେ ଲୋକ ଲୋଚନରେ ଆଣିବା ପାଇଁ ପୁଣି ଆରମ୍ଭ ହୋଇଛି ‘ସାବିତ୍ରୀ’ । ବଲାଙ୍ଗିର ରାମଜୀପଡାର ମିଳିତ ଉଦ୍ୟମରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ଚରିତ୍ର ଚିତ୍ରଣ ମନୋରଂଜନ ବେହେରା ଓ ଚୈତନ୍ୟ ମଟାରୀ ଓ ସାଥୀ, ବାଦ୍ୟଯନ୍ତ୍ରରେ ଜୟପ୍ରକାଶ ପୁଝାରୀ, ଦୀପକ ଷଡଙ୍ଗୀ, ଦିଲିପ କୁମାର ସିଂଦେଓ, ଡୋଳାମଣି ପଧାନ, ସଞ୍ଜିବ କୁମାର ସାହାଣୀ, ଗୀତରେ ସହଯୋଗ କରିଥିଲେ ଶ୍ରୀୟା ପଟେଲ, ତନୁଶ୍ରୀ ମିଶ୍ର, ପ୍ରହଲ୍ଲାଦ ଦର୍ଜି, ବାସୁଦେବ ବେହେରା, ସୁଶାନ୍ତ ଚୋପଦାର, ମଂଚ ସଜାରେ ରବି ଚନ୍ଦ୍ର ନାଏକ ଓ ସାଥୀ, ଜୀବନ୍ତ ଛାୟାଚିତ୍ରରେ ସଂଗ୍ରାମ କେଶରୀ ନାଏକ ଓ ପ୍ରଶାନ୍ତ ବେହେରା । ‘ସାବିତ୍ରୀ’ ଗୀତ ଚରିତ୍ରରେ ଅଭିନୟ କରିଥିବା କଳାକାର ସାବିତ୍ରୀରେ ମାନସ ରଂଜନ ସାହୁ, ସତ୍ୟବାନ ଆନନ୍ଦ ମିଶ୍ର, ଅଶ୍ୱପତି ରାଜା କୁମୁଦ ରଞ୍ଜନ ନାଏକ, ମନ୍ତ୍ରୀ ଘୁଣ୍ଡୁ ଗୋପାଳ ମିଶ୍ର, ନାରଦରେ ରାମ ଦାଶ, ଦ୍ୟୁମତ ସେନ ରାଜାରେ ଅରୁଣ କୁମାର ରାଉତ, ମାଳବିକା (ରାଣୀ) ଚୈତନ୍ୟ ମଟାରୀ, ଯମ ଡ. ରୁଦ୍ର ନାରାୟଣ ପଟେଲ, ଦୂତ ଓ କଳାକାର ବିଜୁ ନାଏକ, ବିକାଳରେ ବେଲାର ସାହୁ, ଚିତ୍ରଗୁପ୍ତ ଚିଦାନନ୍ଦ ବେହେରା, ସଖୀ- ନରେନ୍ଦ୍ର ନିଆଲ, ରାମ ପ୍ରସାଦ ସାହୁ, ହିମାଂଶୁ ଯୋଷୀ, କ୍ଷେତ୍ର ବନଛୋର, ରାଜଙ୍କ ଭୃତ୍ୟ ଘନ ସାଏ ଓ ହିମାଂଶୁ ଯୋଷୀ ପ୍ରମୁଖ ଭାଗ ନେଇ ସଖୀଙ୍କ ସହିତ ସାବିତ୍ରୀ ବନ ଗମନ, ରାଜା ଘର ବାହାଘରରେ ବେଶ୍‌ ଦର୍ଶକ ଝୁରିଥିଲେ ଓ ସତ୍ୟବାନ ଓ ସାବିତ୍ରୀ ମିଳନର ଦୃଶ୍ୟ ବେଶ୍‌ ମନମୁଗ୍ଧ ହୋଇଥିଲା । ଯମ ଭୂମିକାରେ ଡ. ପଟେଲ ବେଶ୍‌ ଲୋକଙ୍କୁ ମୁଗ୍ଧ କରିଥିଲେ । ସହର ତଥା ଆଖ ପାଖ ଗାଁର ବହୁ ଦର୍ଶକ ନାଟକଟିକୁ ବେଶ୍‌ ଉପଭୋଗ କରିଥିଲେ ।

Leave A Reply

Your email address will not be published.