centurian jitm

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର ହେଲା : ସାଧାରଣରେ ଚର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ । ରାତିରେ ବିଛଣା ଉପରେ ଶୋଇଥିବା ଅବସ୍ଥାରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି । ଗତ ଚାରି ବର୍ଷ ଧରି ଟିଟିଲାଗଡ ହାଟପଦାପଡ଼ାସ୍ଥିତ ଟାଙ୍ଗରପଡ଼ାରେ ବିଭୂତି ଦଳାଇଙ୍କ ଘରେ ଭଡ଼ା ରହି ଆସୁଥିଲେ ସଂପୃକ୍ତ ମହିଳା । ମୃତ ମହିଳା ଜଣକ ଲିଜା ଡାକୁଆ ବୋଲି ଜଣାପଡିଛି । ସେ ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁରରେ ବାହା ହୋଇଥିଲେ ଏବଂ ଗତ ଚାରି ବର୍ଷ ଧରି ଟିଟିଲାଗଡରେ ସେ ନିଜ ସ୍ଵାମୀଙ୍କ ସହ ଭଡ଼ା ରହି ଆସୁଥିଲେ । ହେଲେ ସ୍ୱାମୀ ବାହାରେ କାମ କରୁଥିବା ଯୋଗୁଁ ପ୍ରାୟ ମାସକ ଥରେ ନିଜ ସ୍ତ୍ରୀଙ୍କ ପାଖକୁ ଆସୁଥିଲେ । ଗତକାଲି ସେ ଘର ମାଲିକ ସାଙ୍ଗରେ ଏବଂ ସାହିପଡ଼ିଶାଙ୍କ ସହ ହସ ଖୁସିରେ ରହିଥିବା ବେଳେ ଆଜି ସକାଳ ଭୋର୍‌ରେ ରହୁଥିବା ଘରର କବାଟ ଖୋଲା ଥିବାରୁ ଘର ମାଲିକ ସନ୍ଦେହ ପ୍ରକାଶ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଘର ମାଲିକ ତାଙ୍କ ସ୍ତ୍ରୀଙ୍କୁ ଘର କବାଟ ଖୋଲା କାହିଁକି ଅଛି, ଲିଜା କେଉଁଠି ଅଛି ବୋଲି ଟିକିଏ ଦେଖି ଆସିବା ପାଇଁ କହିଥିଲେ । ଘର ମାଲିକ ଏବଂ ତାଙ୍କ ସ୍ତ୍ରୀ ଲିଜା ରହୁଥିବା ଘରକୁ ଯାଇ ସେ ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ତାକୁ ଉଠେଇବାରୁ ସେ ନ ଉଠିବାରୁ ମୃତ୍ୟବରଣ କରିଥିବା ସନ୍ଦେହ କରି ସାହିପଡ଼ିଶା ଓ ପୋଲିସକୁ ଖବର ଦେଇଥିଲେ । ଘର ମାଲିକ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ଟିଟିଲାଗଡ ପୋଲିସ ଷ୍ଟେସନ ଆଇଆଇସି ରଞ୍ଜନ ବରିହା ଓ ଏସ ଆଇ ମୋହିନୀ ମଲ୍ଲିକ ସମେତ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.