om academy

ଲାନ୍ଥ ନଦୀରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

jsm

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡାଠାରେ ବହି ଯାଉଥିବା ଲାନ୍ଥ ନଦୀରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ ଆଜି ସକାଳ ସମୟରେ ବେଲପଡାର ଜଣେ ଲୋକ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ଏକ ଅଜଣା ବ୍ୟକ୍ତିଙ୍କ ଶବ ନଦୀରେ ଭାସୁଥିବା ଦେଖିବାକୁ ପାଇଥିଲେ ଓ ତୁରନ୍ତ ବେଲପଡା ଥାନାକୁ ଜଣାଇଥିଲେ । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ତାଙ୍କର ବୟସ ପାଖାପାଖି ଷାଠିଏ ହେବ ବୋଲି ଅନୁମାନ କରାଯାଉଛି । ତେବେ ଖବର ପାଇ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିବା ସୂଚନା ଦେଇଛନ୍ତି ବେଲପଡା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା । ଅନ୍ୟପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ଜଣାପଡୁ ନଥିବା ବେଳେ ପୋଲିସର ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.