centurian jitm

ସିର୍‌ଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିର୍‌ଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଗତକାଲି ପାଳିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ମନୋରଞ୍ଜନ ସାହୁ ଓ ଦେବାଶିଷ ରଥ ଯୋଗଦାନ କରିଥିଲେ । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହି ଅବସରରେ ୨୧ ଜଣ କବି ଓ କଳାକାରଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ଏହି ବର୍ଷ ବୀର ସୁରେନ୍ଦ୍ରସାଏ ସମ୍ମାନରେ ସମ୍ମାନିତ ହେଲେ ଭୁବନେଶ୍ୱର ପ୍ରଧାନ, ସିର୍‌ଜିନା ସାହିତ୍ୟ ସମ୍ମାନ ପାଇଲେ ପ୍ରଦୀପ କୁମାର ଦାଶ, ଭୀଷ୍ମ ଦେବ ସାହୁ ଅବନୀ କାନ୍ତ ସାହୁ, ଭାରତୀ ପଣ୍ଡା, ସବିତା ମେହେର, ପ୍ରତିମା ବାରିକ, ଯୁବରାଜ କୁଦେଇ ସୁଦୃମା ପଣ୍ଡା, ନମିତା ଦୀପ, ଆଶୁତୋଷ ଠାକୁର, ସରୋଜ ଚନ୍ଦ୍ର ସାହୁ, ଯାଦବ ରାହୁଲ ତାଣ୍ଡି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନ ଆରମ୍ଭ ହେଇଥିବା ସନ୍ଧ୍ୟା କାର୍ୟ୍ୟକ୍ରମରେ ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ କାର୍ୟ୍ୟକ୍ରମରେ କଳା କ୍ଷେତ୍ରରେ ପାରଦର୍ଶିତା କରିଥିବା ବିଭିନ୍ନ କଳାକାରମାନଙ୍କୁ ଯଥା ସୁଶ୍ରୀ ସୁଶୀଲା ନାୟର, ମମତା ଦୀପ, ସନ୍ତୋଷ ମହାନ୍ତି, ବିଶ୍ରାମ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ପଶ୍ଚିମାଞ୍ଚଳର ୧୭ ଜଣ ମହାରାଜ କଂସ ଅଭିନୟ କରୁଥିବା କଳାକାରଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ଶେଷରେ ସାଗରୀକା ଯୋଷୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ନସିବ ଗୁର୍ଲ୍ଲା ଓ ତାଙ୍କ ଦଳ ଦୁଲ ଦୁଲି ବଜାରେ ମଞ୍ଚ କମ୍ପେଇ ଦେଇଥିଲେ । ଶ୍ରୀମତୀ ସବିତା ମେହେର, ଦୈତାରୀ ବିଶ୍ୱାଳ, ସୁଖରାମ ମଲ୍ଲିକ, ନାଟ୍ୟକାର ଅଶୋକ କୁମାର ବହିଦାର, ମଞ୍ଚ ପରିଚାଳନା କରିଥିଲେ । ଡ .ପ୍ରମୋଦ କୁମାର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶୋଭା ବର୍ଦ୍ଧନ କରିଥିବା ବେଳେ ଅନୁଷ୍ଠାନ ସହ ସମ୍ପାଦକ ରମଣି ରଞ୍ଜନ ବିଶ୍ୱାଳ, ଭୀଷ୍ମ ଦେବ ସାହୁ, ପୌଲସ୍ତ୍ୟ ସାହା, ଚନ୍ଦନ ସାହୁ, ଶଙ୍କର ଶତପଥି, ବିପିନ ପାଣ୍ଡେ ଚିନ୍ମୟ କୁମାର ପଣ୍ଡା, ଅଚ୍ୟୁତାନନ୍ଦ ସେଠ, ଡ. ଅବନୀକାନ୍ତ ସାହୁ, ରଘୁମଣି ଦେଓ, ରମେଶ ଗୁର୍ଲ୍ଲା, ସୁରେନ୍ଦ୍ର ସାହୁ, ଆଶିଷ ବୈକାର, ଗିରି ସାହୁ ପ୍ରମୁଖ କାର୍ୟ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.