ରାୟଗଡ଼ା : ଏସ୍ଟିଏଫ୍କୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ୧୫୧ କେଜି ରତ୍ନ ପଥର । ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ରାୟଗଡ଼ା ସହରର ଭିଆଇପି ରୋଡ୍ରେ ଥିବା ଜଗନ୍ନାଥ କମ୍ପେ୍ଲକ୍ସରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ ଏବଂ ପୁଲିସ୍ର ମିଳିତ ଚଢ଼ଉ ବେଳେ ଜବତ ହୋଇଛି ଦେଢ଼ କୁଇଣ୍ଟାଲ ଓଜନର ରତ୍ନ ପଥର । ଏହି କାରବାରରେ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରାଯାଇଛି ଏସ୍ପି ଡ. ଶର୍ବଣା ବିବେକ ଏମ୍ ଏହି ସୂଚନା ପ୍ରଦାନ କରିଛନ୍ତି ।