ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମର ଦଳିତ ସାହିକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଯୁବ ବିପ୍ଲବୀ ପଙ୍କଜ କହଁରଙ୍କ ନେତୃତ୍ୱରେ ଆଜି ରାସ୍ତା ଉପରେ ଗ୍ରାମବାସୀ ବସି ଆମରଣ ଅନଶନ କରିଥିବା ଜଣାପଡିଛି । ଯୁବ ବିପ୍ଲବୀ ପଙ୍କଜଙ୍କ କହିବାନୁଯାୟୀ ଗ୍ରାମର ଦଳିତ ସାହିକୁ ମୁଖ୍ୟ ରାସ୍ତାରୁ ସଂଯୋଗ ହୋଇଥିବା ରାସ୍ତାଟି ଦୀର୍ଘ ଦିନ ହେଲା ଶୋଚନୀୟ ହୋଇ ପଡିଛି । ଫଳରେ ସ୍ଥାନୀୟ ଗ୍ରାମବାସୀମାନେ ବର୍ଷା ଦିନରେ ଯିବା ଆସିବାରେ ବହୁ ଆସୁବିଧା ସମ୍ମୁଖିନ ହେଉଥିବା ବେଳେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଗୁହାରି କରା ଯାଇଥିଲା । ମାତ୍ର ଫଳ କିନ୍ତୁ ଦେଖିବାକୁ ଶୁନ ପଡିଥିଲା । ସେ ନେଇ ଆଜି ସକାଳୁ ସକାଳୁ ରାସ୍ତା ଉପରେ ଆମରଣ ଅନଶନ ବସି ପ୍ରତିଵାଦ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ସୁଶୀଲ କୁମାର ପ୍ରଧାନ ପହଁଚି ଅନଶନରେ ବସିଥିବା ବ୍ୟକ୍ତି ଓ ଗ୍ରାମବାସୀଙ୍କ ସହ ରାସ୍ତା ସମ୍ପର୍କରେ ଆଲୋଚନା କରିବା ସହ ତୁରନ୍ତ ଗ୍ରାମର ଦଳିତ ସାହିକୁ ରାସ୍ତା ନିର୍ମାଣ କରାଯିବ ବୋଲି କହିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।