oom

ଟାଙ୍ଗରପାଲିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ବେଛାସେବୀ ଅନୁଷ୍ଠାନ ‘ସଂକଲ୍ପ ପରିବାର’ ଓ ଟାଙ୍ଗରପାଲି ୟୁଥ୍‌ ଏସୋସିଏସନ ତରଫରୁ ଆଜି ଟାଙ୍ଗରପାଲି ବଜାର ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ପ୍ରଥମ ମହିଳା ରକ୍ତଦାତା କୁନ୍ତୀ ଠେଟୁଆର ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ଓ ସେ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ଦୁଇଜଣ ମହିଳା ରକ୍ତଦାତା ସମେତ ମୋଟ ୭୫ ୟୁନିଟ ରକ୍ତ ବୁର୍ଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ଡାକ୍ତର ପଙ୍କଜ କୁମାର, ବୁର୍ଲ୍ଲା ରକ୍ତଭଣ୍ଡାର କାଉନସିଲର ଦେବାଶିଷ ମିଶ୍ର, ଲାଲୁ ବିଶ୍ୱାଳ, ଜନକ ବେହେରାଙ୍କ ଦ୍ଵାରା ସଂଗ୍ରହ ହୋଇଥିବା ବେଳେ ଏହି ରକ୍ତଦାନ ଶିବିରକୁ ସଂକଲ୍ପ ପରିବାର, ବରଗଡ଼ ଓ ଟାଙ୍ଗରପାଲି ୟୁଥ୍‌ ଏସୋସିଏସନ୍‌ର ସଦସ୍ୟ ମାନେ ପରିଚାଳନା କରିଥିଲେ । ଆଜି ଲଗାଣ ବର୍ଷା ସତ୍ତ୍ୱେ ରକ୍ତଦାତା ମାନଙ୍କ ମନରେ ରକ୍ତଦାନ କରିବା ପାଇଁ ବେଶ ଉତ୍ସାହ ଦେଖା ଯାଇଥିଲା ଯାହା ଆଜିର ଏହି ଶିବିରକୁ ସଫଳ କରିବା ସହିତ ଅନେକ ଗୁଡିଏ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିବ । ସମସ୍ତ ରକ୍ତଦାତା ମାନଙ୍କୁ ସଂକଲ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.