oom

ରାମଗଡରେ ଓଡିଶା ମୋ’ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଆୟୁର୍ବେଦକ ଚିକିତ୍ସାଲୟ ପରିସରରେ ଗୁରୁବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମା’ ବୁଢ଼ୀ ବାଉରୀ ରକ୍ତଦାତା ସଂଘ ରାମଗଡ ଆୟୋଜକରେ ଅନୁଷ୍ଠିତ ହୋଇଥିବା ଶିବିରରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭ ଉଦଘାଟନ କରିଥିଲେ । ବୌଦ୍ଧ ଜିଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ସ୍ଥାନୀୟ ସରପଞ୍ଚ ନରେଶ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ଏହି ମହାମାରୀ ସମୟରେ ଯେକୌଣସି ରୋଗୀ ଯେମିତି ଡାକ୍ତର ଖାନାରେ ରକ୍ତ ଅଭାବରୁ ବଞ୍ଚିତ ନହୁଏ ଏବଂ ଜିଲ୍ଲାର ରକ୍ତଭଣ୍ଡାରରେ ରକ୍ତ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ମହତ ଆୟୋଜନ ହୋଇଥିବାରୁ ଆୟୋଜକ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଆଗାମୀ ଦିନରେ କୋଣସି ରୋଗୀ ଯେମିତି ଡାକ୍ତରଖାନାରେ ରକ୍ତ ଅଭବରୁ ବଞ୍ଚିତ ନହେବ ସେନେଇ ଆଗକୁ ଅଧିକରୁ ଅଧିକ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯିବ ବୋଲି ମା’ ବୁଢ଼ୀ ବାଉରୀ ରକ୍ତ ଦାନ ସଂଘର ମୁଖ୍ୟ ପ୍ରଶାନ୍ତ ବିଶି କହିଥିଲେ, ଏଥିରେ ବୁଢ଼ୀ ବାଉରୀ ସଂଘ ଓ ରାମଗଡ ବିଜୁଯୁବ ବହାନୀର ସମସ୍ତ କର୍ମକର୍ତ୍ତାଙ୍କ ସମେତ ରକ୍ତଦାତା ପ୍ରବର୍ତ୍ତକ ସନ୍ତୋଷ ମେହେର, ତପନ ବେହେରା, ନରେନ୍ଦ୍ର ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.