ରକ୍ତଦାନ ଶିବିର ଅନୁଷ୍ଠିତ

ସୋନପୁର, (ପ୍ରଭୁଦତ୍ତ ରଥ) : ପ୍ରତାପପୁର ଉଚ୍ଚ ପ୍ରାଥମିକ ଜୁନିଅର ରେଡକ୍ରସ ଓ ଓଡିଶା ରକ୍ତଦାତା ମହାସଂଘର ମିଳିତ ଆନୁକୁଲ୍ୟରେ ସାମାଜିକ ଦୁରତାକୁ ବଜାୟ ରଖି ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୋପେଶ ପଣ୍ଡାଙ୍କ ପ୍ରତ୍ୟକ୍ଷ୍ୟ ତୱାବଧାନରେ ହୋଇଥିବା କାର୍ଯ୍ୟରେ ମୁଖ୍ୟଅତିଥି ଭାବରେ ସୋନପୁର ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟାନ୍ୟ ବରେଣ୍ୟ ଅତିଥି ଭାବରେ ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କର, ଉପ-ସଭାପତି ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶିବିରରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଭଣ୍ଡାରର ଡାକ୍ତର ଦୂର୍ଗାଦତ୍ତ ଦାଶ ଏବଂ ଟେକ୍‌ନିସିଆନ ସୁବାଷ ପଣ୍ଡା, ଟିଟୁ ଭୋଇ, ଡାଟା ଏନଟ୍ରି ଅପେରଟର ଜଗତ ଦରୱାନ,ସୁଦାମ ବିଶ୍ୱାଳ, ଯୁଧିଷ୍ଠିର ନାଏ, ରେବତୀ ମହାପାତ୍ର ପ୍ରମୁଖଙ୍କ ଦ୍ୱାରା ସ୍ୱେଚ୍ଚାସେବୀ ମାନଙ୍କ ଠାରୁ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ରକ୍ତଦାନ ଭଳି ମହତ ସେବା କ୍ଷେତ୍ରରେ ବଲାଙ୍ଗିର ସହରର ତୁଳସୀ ନଗରର ସମାଜସେବୀ ଅକ୍ଷୟ ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରକ୍ତଦାତା ଭାବରେ ସ୍ୱେଚ୍ଚାସେବୀ ସତ୍ୟ ନାରାୟଣ ଦାଶ, ନବକିଶୋର ମହାପାତ୍ର, କ୍ଷୀରୋଦ ବିହାରି ଦାଶ, ପୁଷ୍ପାଞ୍ଜଳୀ ନାୟକ, ସସ୍ମିତା ହୋତା, ଜୟରାମ ପଣ୍ଡା, ଓମ ପ୍ରକାଶ ପଣ୍ଡା, ଅମରଜିତ ପଣ୍ଡା, ପଦ୍ମନାଭ ଧରୁଆ, ସୁଧାଂଶୁ କର୍ଣ୍ଣ, ପ୍ରଫୁଲ୍ଲ ବିଶ୍ୱାଲ, ପ୍ରେମାନନ୍ଦ ଦୀପ, ପ୍ରମୁଖ ନିଜସ୍ୱ ରକ୍ତଦାନ କରି ରୋଗୀମାନଙ୍କ ଜୀବନ ବଂଚାଇବର ସେବାକୁ କାର୍ଯ୍ୟକ୍ରମର ପ୍ରୟାସ କରଥିଲେ । ପ୍ରକାଶ ଥାଉକି, ସୋନପୁର ଜେଲ ୱାର୍ଡର ଭାବରେ କାର୍ଯ୍ୟରତ ଥିବା କ୍ଷୀରୋଦ ବିହାରି ଦାଶ ଯିଏକି ବିରଳ ରକ୍ତ ଓ ନେଗେଟିଭ ଗ୍ରୁପର ରକ୍ତଦାତା ହୋଇଥିଲେ ମଧ୍ୟ ଅଦ୍ୟାବଧି ୧୦୦ତମ ପାଇଁ ଶିବିରରେ ରକ୍ତଦାନ କରିଥିଲେ । କ୍ଷୀରୋଦ ଦାଶଙ୍କର ରକ୍ତଦାନକୁ ନିଶା ଭାବରେ ଗ୍ରହଣ କରିଥିବାରୁ ଜୁନିଅର ରେଡକ୍ରସ ତରଫରୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧନକର୍ମୀ ଝସକେତନ ମେହେର, ଅନନ୍ତରାମ ପାଢୀ, ଦୂର୍ଯ୍ୟୋଧନ ପଶାୟତ, ବବିତା ଦୀପ, କାଳିଆ କର୍ମି, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସାଧନକର୍ମି ଚନ୍ଦ୍ର ଶେଖର ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଓଡିଶା ରକ୍ତଦାତା ମହାସଂଘର ସଦସ୍ୟ ତଥା ଜୁନିଅର ରେଡକ୍ରସ କାଉନସେଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ ମହାମାରୀ ସମୟରେ ମଧ୍ୟ ସୋନପୁର ଜୁନିଅର ରେଡକ୍ରସ ତରଫରୁ ଅଦ୍ୟାବଧି ୪ ଗୋଟି କ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ଜିଲ୍ଲା ସଂପାଦକ ଶ୍ରୀକର ଖୁସି ବ୍ୟକ୍ତ କରିଥିଲେ । ପ୍ରତାପପୁରରେ ଥିବା ସ୍କୁଲ ଏକ ପ୍ରାଥମିକ ବିଦ୍ୟାଳୟ ହୋଇଥିଲେ ମଧ୍ୟ ସଫଳଭାବେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିବାରୁ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ଜୁନିଅର ରେଡକ୍ରସ ଉପ ସଭାପତି ତଥା ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନଶିକ୍ଷକ ଗତିକୃଷ୍ଣ ମିଶ୍ର ପ୍ରକାଶ କରିଥିଲେ । ପରେ ଜୁନିଅର ରେଡକ୍ରସ ତରଫରୁ ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବ ବୋଲି ଜୁନିଅର ରେଡକ୍ରସ ଅଫିସର ଶ୍ରୀ ପଶାୟତ ସୂଚନା ଦେଇଥିଲେ ।

Leave A Reply

Your email address will not be published.