tur
shyamlal

ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୪.୩୬ କୋଟି ଟଙ୍କା ପ୍ରଦାନ

  • ୨୦୧୯ – ୨୦ ଓ ୨୦୨୦ – ୨୧ ପାଇଁ ଲାଭାଂଶ ପ୍ରଦାନ

ଭୁବନେଶ୍ୱର : ଓଡିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ ୪.୩୬ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ ୨୦୧୯ – ୨୦ ଏବଂ ୨୦୨୦ – ୨୧ ନିମନ୍ତେ ଆଜି ଏହି ଲାଭାଂଶ ପ୍ରଦାନ କରାଯାଇଛି । ଏହି ଅବସରରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ । ଏହାର ଭଣ୍ଡାରଣ କ୍ଷମତାର (Storage Capacity) ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ୨ ଅଂଶୀଦାରଙ୍କୁ ଅର୍ଥାତ୍ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ନିୟମିତ ଭାବରେ ଡିଭିଡେଣ୍ଡ୍ ପ୍ରଦାନ କରୁଛି । ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୧୯ – ୨୦ ଏବଂ ୨୦୨୦ – ୨୧ ପାଇଁ ନିଗମର ମୋଟ ଲାଭ ହେଉଛି ଯଥା କ୍ରମେ Rs. ୬,୩୬,୯୫,୫୫୬ ଏବଂ Rs. ୨୨,୭୧,୭୯,୪୫୪ । ତେଣୁ ଏହି ୨ ବର୍ଷ ପାଇଁ ମୋଟ ଲାଭର ୩୦% ହିସାବରେ ଡିଭିଡେଣ୍ଡ୍ ରାଶି ଯାହାକି Rs. ୮,୭୨,୬୨,୫୦୨କୁ ଉଭୟ ଅଂଶୀଦାରଙ୍କୁ (ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମ) ସମ ପରିମାଣରେ (ଅର୍ଥାତ ପ୍ରତିଟି ଅଂଶୀଦାରଙ୍କୁ Rs. ୪,୩୬,୩୧,୨୫୧) ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ମୁଖ୍ୟତଃ ୫,୨୧,୪୦୦ ମେଟ୍ରିକ ଟନ୍ ଷ୍ଟୋରେଜ୍ କ୍ଷମତା ସହିତ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୬୮ ଗୋଦାମକୁ ପରିଚାଳନା କରି କୃଷି କ୍ଷେତ୍ରକୁ ଭଣ୍ଡାରଣ ଏବଂ ପରିବହନ ସେବା ଯୋଗାଇଥାଏ । ଏହି ଗୋଦାମଗୁଡ଼ିକ ମୁଖ୍ୟତଃ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଓଡିଶା ରାଜ୍ୟ ଯୋଗାଣ ନିଗମ (OSCSC Ltd)) ଓ ଭାରତୀୟ ଖାଦ୍ୟ ନିଗମ (FCI)ର ଖାଦ୍ୟଶସ୍ୟର ବୈଜ୍ଞାନିକ ସଂରକ୍ଷଣରେ ସହାୟକ ହୁଅନ୍ତି । ସେହିପରି ଅନ୍ୟାନ୍ୟ ସରକାରୀ ସଂସ୍ଥା ଯଥା NAFED ଏବଂ TDCC Ltd ଇତ୍ୟାଦିଙ୍କ ଦ୍ଵାରା କିଣାଯାଇଥିବା ଖାଦ୍ୟଶସ୍ୟ, ତୈଳବୀଜ, ଡାଲି ଏବଂ ମାଣ୍ଡିଆ ଙଝଡଉର ବିଭିନ୍ନ ଗୋଦାମରେ ଗଚ୍ଛିତ ରଖା ଯାଇଥାଏ ଯାହା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦର ସର୍ବନିମ୍ନ ସହାୟତା ମୂଲ୍ୟ ପାଇବାରେ ସାହାଯ୍ୟ କରିଥାଏ ଏବଂ ଅମଳ ସମୟରେ ଅଭାବୀ ବିକ୍ରୀରୁ ରକ୍ଷା କରିଥାଏ । ରାଜ୍ୟର ୩୦ ଟି ଜିଲ୍ଲାର ଗୋଦାମ ଗୃହଗୁଡିକ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନ ଯାହା ବନ୍ୟା, ଘୂର୍ଣ୍ଣିବଳୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କର ଆବଶ୍ୟକତା ପୂରଣ କରେ । OSWCର ଗୋଦାମଗୁଡ଼ିକ ମଧ୍ୟ ତୃଣମୂଳ ସ୍ତରରେ ସ୍ଥାନୀୟ ଲୋକଙ୍କୁ ଜୀବିକା ସହାୟତା ଯୋଗାଇଥାଏ ଏବଂ ପରିବହନ କାର୍ଯ୍ୟ ତଥା ଭଣ୍ଡାରଣ ସମ୍ବନ୍ଧିତ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇଥାଏ । ଭଣ୍ଡାରଣ ସମ୍ବନ୍ଧିତ ଗୋଦାମ କାର୍ଯ୍ୟକଳାପକୁ ବିସ୍ତାର କରିବା ସହ ହିତାଧିକାରୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟକାରିତା ବ୍ୟବସ୍ଥାରେ ସର୍ବୋଚ୍ଚ ମାନକରେ ପହଞ୍ଚିବା ନିମନ୍ତେ ରାଜ୍ୟ ପଣ୍ୟାଗାର ନିଗମ (OSWC) ଆଗାମୀ ଦିନରେ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.