oom

ଜିଲ୍ଲା କଂଗ୍ରେସ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

jsmm

ଜିଲ୍ଲା ଯୁବ କଂଗ୍ରେସ ଦ୍ୱାରା ଚାରା ବଣ୍ଟନ କାର୍ଯ୍ୟକ୍ରମ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କର ସ୍ମୃତି ଚାରଣ କରାହୋଇଥିଲା । ଦେଶକୁ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଦ୍ୱାରା ପକାଯାଇଥିବା ଭିତ୍ତିଭୂମି ପାଇଁ ହିଁ ଆଜି ଭାରତ ସାରା ବିଶ୍ୱରେ ଏକ ବିଶାଳ ଶକ୍ତି ଭାବରେ ଉଭା ହୋଇଛି ବୋଲି ମୁଖ୍ୟ ଅତିଥି କହିଥିଲେ । ଏହି ଉପଲକ୍ଷେ ସ୍ଥାନୀୟ କଚେରୀ ଛକ ଠାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଗଛ ଲଗାଅ ଜୀବନ ବଞ୍ଚାଅ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଚାରା ବଣ୍ଟନ କରାଯିବା ସହ ଗଛ ଲଗେଇବା ପାଇଁ ଲୋକଙ୍କୁ ସଚେତନ ବାର୍ତ୍ତା ଦିଆଯାଇଥିଲା । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପ-ସଭାପତି ମନୀଷ ମିଶ୍ର, ରାଜ୍ୟ କଂଗ୍ରେସ ସଂପାଦକ ଉମା ପଣ୍ଡା, ଅଜୟ ବାଲି, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଚନ୍ଦ୍ରମଣି ତ୍ରିପାଠି, ସଂଜୟ ମିଶ୍ର, ପବିତ୍ର ନେପାକ, ଜୁଲୁ ପଟ୍ଟନାୟକ, ସାନନ୍ଦ ମିଶ୍ର, ଅଭିନାଶ ସାଏ, ପ୍ରକାଶ ସାହୁ, ଲୋପନ ମିଶ୍ର, ଶୁଭେନ୍ଦୁ ସାହୁ, କିରନ ସେଠ, ନାସିର ଖାନ, ଟୁଲୁ ସେନ, ବ୍ରଜ କିଶେର ସେଠି, ଅଶ୍ୱିନୀ ରାଉତ, ବିରେନ୍ଦ୍ର ବାବୁ, ଶୁଭ୍ରାଂଶୁ ପଣ୍ଡା, ରୋସନ ମିଶ୍ର, ଟୁନା ମିଶ୍ର ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.