ଜନକଲ୍ୟାଣ ମଞ୍ଚର ପ୍ରଭାବ ଯୋଗୁଁ ମରାମତି ହେଲା ରାଜରାସ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ କଲ୍ୟାଣପୁର ଓ ଖୋର୍ଦ୍ଧା ପେଟଟନାୟକିଆ ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ସବୁବେଳେ ଏହି ରାସ୍ତାରେ ଦୁର୍ଘଟଣା ଘଟି ଲୋକମାନେ ମୃତ୍ୟୁ ମୁଖରେ ପଡୁଥିଲେ । ଏହି ବିଷୟରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ କି ସ୍ଥାନୀୟ ତହସିଲଦାର ବିଡ଼ିଓଙ୍କର ନିଦ ଭାଙ୍ଗୁନଥିଲା । ସେଥିପାଇଁ ଡେଲାଙ୍ଗ ପିପିଲି ଜନକଲଲ୍ୟାଣ ମଞ୍ଚ ତରଫରୁ ତା ୨/୦୮/୨୦୨୩ ତାରିଖ ଦିନ ମଞ୍ଚର ଆବାହକ ରାଧାମୋହନ ଓ ଉପଦେଷ୍ଟା ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ମୋହଦୟଙ୍କୁ ଏକ ଦାବୀପତ୍ର ଦେଇ ଏହି ସମସ୍ୟା ବିଷୟରେ ଜଣାଇ ଥିବା ସହିତ ଯଦି ପାଞ୍ଚ ଦିନ ମଧ୍ୟରେ କାର୍ଯ୍ୟ ନହୁଏ ତେବେ ଆନ୍ଦୋଳନର ଚେତାବନୀ ଦେଇଥିଲେ । ଯାହାଫଳରେ ମଞ୍ଚର ପ୍ରଭାବରେ ଆଜି ରାସ୍ତା ମରାମତି ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.