oom

ରାଜ ବୋଡାସମ୍ବର ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡସମ୍ୱର ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଧର୍ମକୁମାର ଶତପଥୀ (ଓଇଏସ୍‌- ଆଇଆଇ) ଯୋଗଦାନ କରିଛନ୍ତି । ଶ୍ରୀ ଶତପଥୀ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲୁଥୁରବନ୍ଧରେ ସିନିୟର୍ ଏସ.ଇ.ଏସ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଓଡିଶା ସରକାରଙ୍କ ନିର୍ଦେଶ ନାମାନୁଯାୟୀ (ଓଇଏସ୍‌- ଆଇଆଇ) ପଦବୀକୁ ପଦୋନ୍ନତି ପାଇଛନ୍ତି । ନୂତନ ପ୍ରଧାନ ଶିକ୍ଷକଙ୍କୁ ପାଇ ବିଦ୍ୟାଳୟର ଶିକ୍ଷକ ରାଜେଶ କୁମାର ଖମାରୀ, ମୋହନ ବନଛୋର୍, ପ୍ରଶାନ୍ତ କୁମାର ସାହୁ, ଅଭିଳାଷ ସାହୁ, ହରେକୃଷ୍ଣ ମେହେର ଏବଂ କିରାଣି ଦିପକ୍ କୁମାର ତିୱାରୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ପଦ୍ମନାଭ ବୁଡେକ ଓ ନନ୍ଦଗୋପାଳ ବନଛୋର ସ୍ୱାଗତ କରି ସ୍କୁଲ ପରିସରକୁ ଆଣିଥିଲେ । ଜମଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ମହାନ୍ତି ଏବଂ କାର୍ତ୍ତିକ ଦାଶ ମଧ୍ୟ ଏହି ସ୍ୱାଗତ ପର୍ବରେ ସାମିଲ ଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଶ୍ରୀ ଶତପଥୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

jittmm
Leave A Reply

Your email address will not be published.