ଚକ୍ଷୁଦାନ କରିବେ ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦର୍ଶପଡ଼ାର ପ୍ରିୟଙ୍କା ତ୍ରିପାଠୀ ଚକ୍ଷୁଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେ ଏଥିପାଇଁ ‘ଦୃଷ୍ଟି ଦାନ’କୁ ସଂପର୍କ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ଆବଶ୍ୟକ ଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କ ଚକ୍ଷୁ କାମରେ ଆସୁ ବୋଲି ସେ ଚିନ୍ତା କରି ଏଭଳି ମହତ୍‌ ପଦକ୍ଷେପ ନେଇଥିବା କହିଛନ୍ତି । ତେବେ ତାଙ୍କ ଆବେଦନ ଅନୁସାରେ ‘ଦୃଷ୍ଟି ଦାନ’ ପକ୍ଷରୁ ଏନ୍‌ସିଓର୍‌ ମଧ୍ୟ କରାଯାଇଛି । ତେବେ ପ୍ରିୟଙ୍କାଙ୍କ ଏଭଳି ପଦକ୍ଷେପ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.