ଡେଲାଙ୍ଗ ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା : ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫଣି ବାତ୍ୟାରେ ଘରଭଙ୍ଗା ପ୍ରାପ୍ୟରୁ ବଂଚିତ ହିତାଧିକାରୀ ମାନଙ୍କୁ ପୂର୍ଣ୍ଣ ସହୟତା ରାଶି ପ୍ରଦାନ ନେଇ ଡେଲାଙ୍ଗ ବ୍ଲକର ୨୧ଟି ପଚାଂୟତର ଫଣି କ୍ଷୟକ୍ଷତି ହିତାଧିକାରୀ ମଚଂ ପକ୍ଷରୁ ଆଜି ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା ସମିତି ସଭ୍ୟ ଦୁର୍ଗା ଚରଣ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିôଲା । ଏହି ଗଣଧାରଣାରେ ଡେଲାଙ୍ଗ କୋଠବାଡ ସରପଞ୍ଚ ରମାଦେବୀ ରାଉତରାୟ, ସୁଜନପୁର ସରପଂଚଙ୍କ ପ୍ରତିନିଧ ସଜଂୟ ରାଉତରାୟ, ପୁରୁଷୋତ୍ତମପୁର ସମିତି ସଭ୍ୟା ହରପ୍ରିୟା ପାତ୍ର, ଗଡମୋଟରୀ ସମିତି ସଭ୍ୟା ସଂଜୁଲତା ବରାଳ, ଘନିପୁର ସରପଚଂ ଲକ୍ଷ୍ମୀଧର ବେହେରା ଓ ସମିତି ସଭ୍ୟା କାଂଚନବାଳା ବେହେରା, ସମାଜବାଦୀ ପାର୍ଟି ରାଜ୍ୟ ସଂପାଦକ କମ୍ରେଡ ସୁଦର୍ଶନ ପ୍ରଧାନ, ପ୍ରମୋଦ କୁମାର ପାତ୍ର, ସାମାଜିକ କର୍ମୀ ଶ୍ରୀବତ୍ସ ପରିଡା, କବି ଲକ୍ଷ୍ମୀଧର ଦଳେଇ, ଶେଷଦେବ ବାରିକ, ପ୍ରଶାନ୍ତ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ପୂର୍ବତନ ସରପଂଚ କଲ୍ୟାଣପୁର ଦିଲ୍ଲୀପ କୁମାର ରାଉତରାୟ, ପୂର୍ବତନ ଡେଲାଙ୍ଗ ବ୍ଲକ ବିଜେପି ସଭାପତି ଦିଲ୍ଲୀପ କୁମାର ଧାଉଡିଆ ଓ ସାଧାରଣ ସଂପାଦକ ବେଣୁଧର ମଙ୍ଗରାଜ ପ୍ରମୁଖ ସାମିଲ ହୋଇ ଫଣି ମହାବାତ୍ୟାର ୨୨ ମାସ ପରେ ହିତାଧୀକାରୀଙ୍କୁ ସହାୟତା ନମିଳିବା ଓ ଫଣି କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଦୁର୍ଦ୍ଦଶା ତଥା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଫଣି କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ତୁରନ୍ତ ପୁର୍ଣ୍ଣ ଅନୁଦାନ ପ୍ରଦାନ ଦାବୀ ପୂରଣ ନହେବା ଯାଏଁ କେହି ଗଣଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ । ଏନେଇ ନୂତନ ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଜଂନ ପଟ୍ଟନାୟକ ଏବଂ ଏସ୍‌ଆଇ ଆଶୋକ କୁମାର ମହାପାତ୍ର ଉପସ୍ଥିତ ରହିଥିଲେ । ତହସିଲଦାର ଶ୍ରୀ ବଢେଇ ଫୋନ ଯୋଗେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସହ ଆଲୋଚନା କରି ସପ୍ତାହ ମଧ୍ୟରେ ହିତାଧିକାରୀଙ୍କ ଅଚଳ ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରିବା ସହ ପୂର୍ଣ୍ଣ ସହାୟତା ରାଶି ପ୍ରଦାନ କରାଯିବି ବୋଲି ତହସିଲଦାର ପ୍ରତିଶୃତି ଦେଲାପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା । ଡେଲାଙ୍ଗ ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ଏକ ହଜାରୁ ଅଧିକ ମହିଳା ପୁରୁଷ ସାମିଲ ହୋଇଥିଲେ । ଶେଷରେ ଦୁର୍ଗା ଚରଣ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.