ବୌଦ୍ଧରେ ଭାଜପାର ପ୍ରତିଷ୍ଠା ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ମଙ୍ଗଳବାର ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଯେଉଁ ମାନଙ୍କର ପ୍ରଚେଷ୍ଟା ଓ ଅବଦାନରେ ବିଜେପି ଦଳ ସେମାନଙ୍କୁ ସ୍ମରଣ କରି ତାଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ୟ୍ୟକୁ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରାଗଲା । ଜିଲ୍ଲା ସଭାପତିଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଜିର କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର, ମନରଞ୍ଜନ ଦାଶ, ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ନମିତା ରାଣୀ ଦାଶ, ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ର, ସାଧାରଣ ସଂପାଦକ ସତ୍ୟାନନ୍ଦ ପାଣ୍ଡେ, ତାପସ ପଟ୍ଟନାୟକ ମହିଳା ମୋର୍ଚ୍ଚା ସଭାପତି ମିନାରାଣୀ ମିଶ୍ର, ଜିଲ୍ଲା ସଂପାଦକ ରତ୍ନମଞ୍ଜରୀ ହୋତାଙ୍କ ସମେତ ଶତାଧିକ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ବୌଦ୍ଧ ନଗର ମଣ୍ଡଳରେ ନଗର ସଭାପତିଙ୍କ ନେତୃତ୍ୱରେ ବହୁ କାର୍ୟ୍ୟକର୍ତ୍ତା ଯୋଗ ଦେଇ କାର୍ୟ୍ୟକ୍ରମକୁ ସଫଳ କରିଥିଲେ । କଣ୍ଟାମାଳ ଠାରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା ସମ୍ପାଦକ ଚଞ୍ଚଳ ରଣା, ଯଦୁ ବିହାରୀ ବାଘ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁ ଧର କହଁର, ଜିଲ୍ଲା ଆଇ .ଟି. ସଂଯୋଜକ ଦୀପକ ବାରିକ, ମଣ୍ଡଳ ସଭାପତି ପିନାକଧର ରଣା, ପଞ୍ଚମନ ଜଗଦଲା ସମେତ ଶତାଧିକ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିଭିନ୍ନ ମଣ୍ଡଳରେ ମଣ୍ଡଳ ସଭାପତିମାନେ ମଧ୍ୟ କାର୍ୟ୍ୟକ୍ରମ ଆୟୋଜନ କରିଥିଲେ ।

Leave A Reply

Your email address will not be published.