ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ତେବେ ଆଜିର ଏପ୍ରିଲ ୧ ତାରିଖରେ ସମଗ୍ର ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ପରିଚୟ ପାଇଥିଲା ଯାହାକୁ ନେଇ ଆଜିର ଦିନକୁ ସମଗ୍ର ଓଡ଼ିଶାରେ ଏପ୍ରିଲ ଏକ ତାରିଖକୁ ପୋଲିସ ପ୍ରଶାସନର ପ୍ରତିଷ୍ଠା ଦିବସ ଭାବେ ପାଳନ କରିଆସୁଛି । ତେବେ ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ପୋଲିସ ପ୍ରଶାସନ ଏପ୍ରିଲ ଏକ ତାରିଖକୁ ୮୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଆଜିର ଏହି ଅବସରରେ ବଲାଙ୍ଗିର ପୋଲିସ ଅଧ୍ୟକ୍ଷ ନୀତିନ କୁସଲକର ରିଜର୍ବ ପୋଲିସ ପ୍ୟାରେଡ୍ ପଡ଼ିଆ ଠାରେ ହୋଇଥିବା ୮୬ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ପୋଲିସ ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ପ୍ୟାରେଡ୍ ନିରୀକ୍ଷଣ କରିବା ସହ ନିଜ ଅଭିବାଦନ ରଖିଥିଲେ । ଯେଉଁଥିରେ ପୋଲିସ ଏପିଆର, ପୋଲିସ କନେଷ୍ଟବଲ, ବେଣ୍ଟ ପାର୍ଟି, ଯୋଗଦାନ କରି ଉତ୍ତମ ପ୍ୟାରେଡ୍ ପଦର୍ଶନ କରିଥିଲେ । ସେପଟେ ବଲାଙ୍ଗିର ଆରକ୍ଷୀ ଅଧକ୍ଷ ନିତିନ କୁଶଳକର ନିଜ ଅଭିଭାଷଣରେ ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସର ସ୍ମୃତି ଚାରଣ କରିବା ସହ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସ ପ୍ରତି ଦେଇଥିବା ଶୁଭେଛା ବାର୍ତ୍ତାକୁ ନିଜ ଅଭିବାଦନ ମାଧ୍ୟମରେ ପ୍ରକାଶ କରିଥିଲେ । ସେପଟେ ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନର କିଛି ଅଧିକାରୀ ବୃନ୍ଦ ତଥା କାର୍ୟ୍ୟରତ କର୍ମଚାରୀଙ୍କୁ ତାଙ୍କ ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତାକୁ ଦୃଷ୍ଟିରେ ରଖି କିଛି ଆର୍ଥିକ ସହାୟତା ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ଆରକ୍ଷୀ ଅଧକ୍ଷ ଶ୍ରୀ କୁଶଳକର । ତେବେ ୮୬ ତମ ପ୍ରତିଷ୍ଠା ଦିବସ ଅବସରରେ ସହରର କିଛି ବୁଦ୍ଧିଜୀବୀ ପ୍ରଶାସନିକ ଅଧିକାରୀଙ୍କ ସହ ଗଣମାଧମର ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.