oom

ଭଗବାନ ପର୍ଶୁରାମଙ୍କ ଫଟୋଚ୍ଚିତ୍ର ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନର ପ୍ରତିବାଦ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାରେ ଏକ ଜରୁରୀ ବୈଠକ ସଭାପତି ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ନରସିଂହ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପାଟଣାଗଡରେ ଭଗବାନ ପର୍ଶୁରାମଙ୍କ ଫଟୋ ହଟାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏଭଳି କାର୍ଯ୍ୟକୁ ମହାସଭା ପକ୍ଷରୁ ନିନ୍ଦା କରିବା ସହିତ ପୁନର୍ବାର ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ଦୃଢ ଦାବୀ କରାଯାଇଛି । ଯଦି ଏହା କରାନଯାଏ ତେବେ ଭବିଷ୍ୟତରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବ୍ରାହ୍ମଣ ସମାଜର ଆନ୍ଦୋଳନ ପ୍ରତି ଆମର ନୈତିକ ସମର୍ଥନ ରହିଛି ବୋଲି ସଭାରେ ସ୍ଥିର କରାଯାଇଛି । ଏହି ସଭାରେ ନୀଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଜୟରାମ ମିଶ୍ର, ରଘୁନାଥ ମିଶ୍ର, ପର୍ଶୁରାମ ନାୟକ, ସଂକୀର୍ତ୍ତନ ତ୍ରିପାଠୀ, ମଦନ ମୋହନ ରଥ ପର୍ଶୁରାମ ବାହିନୀ ମୁଖ୍ୟ, ବାଞ୍ଛାନିଧି ମିଶ୍ର, ବନମାଳି ନନ୍ଦ, କୃଷ୍ଣ ମୋହନ ମିଶ୍ର, ଗିରିଜା ଶଙ୍କର ରଥ, ରାଜ କିଶୋର ପଣ୍ଡା, ଆହ୍ଲାଦ କୁମାର ପୂଜାରୀ, ପ୍ରୀୟା ପରମିତା ମିଶ୍ର, ନିହାରିକା ମିଶ୍ର, ଜ୍ୟୋତିରାଣୀ ମିଶ୍ର, ସଂଯୁକ୍ତା ମିଶ୍ର, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ରତ୍ନମୟ ତ୍ରିପାଠୀ, ବିଶ୍ୱନାଥ ଶତପଥୀ, ହୃଷିକେଶ ପୁରୋହିତ, ଜଗଦିଶ ପ୍ରସାଦ ନାଥ, ଧର୍ମବ୍ରତ ରଥ, ଅରୁଣ ଖୁଆସ ତଥା ପର୍ଶୁରାମ ବାହିନୀ, ଆଦ୍ୟାଶକ୍ତି ନାରୀ ସଂଗଠନ, ଶକ୍ତି ବାହିନୀ, ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦକ ଶୁଭେନ୍ଦ୍ର କୁମାର ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.