ଠିକାଦାରପଡା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଚଳିତ ବର୍ଷର ଦୁର୍ଗାପୂଜା ଆୟୋଜନ ପାଇଁ ଆବାହକ ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରଙ୍କ ସମସ୍ତ ନିୟମାନୁଯାୟୀ ଦୁର୍ଗାପୂଜା ଆୟୋଜନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ସଫଳ କରିବା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ କାଳିଚରଣ ବିଶ୍ୱାଳ, ଉପ-ସଭାପତି ଭାବେ ଅଜିତ ମହାଲିଙ୍ଗ, ସାଧାରଣ ସଂପାଦକ ଭାବେ ଅନୀଲ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଭାବରେ ଶେଷଦେବ ଯୁଏଡ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ଭାବେ ସୂର୍ଯ୍ୟନାରାୟଣ ମିଶ୍ର, ସମୀର ମିଶ୍ର, ରଂଜିତ ବେହେରା, ଲକ୍ଷୀନ୍ଦ୍ର ସାହୁ, ପ୍ରତ୍ୟୁଷ ଖୁଆସ ଓ ଦେବେନ ପାତ୍ର ପ୍ରମୁଖ ରହିଥିବା ବେଳେ ଠିକାଦାରପଡ଼ାର ପଡ଼ାବାସୀ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.