oom

ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲ୍ଲୁପାଲି ସ୍ଥିତ ମା’ ସମଲେଶ୍ୱରୀଙ୍କ ପୀଠଠାରେ ଚଳିତ ମାସ ୨୫ ତାରିଖରେ ପାଳିତ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳନ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବ୍ଲକ ସଂପାଦକ ପ୍ରଦୀପ କୁମାର ସେଲମା ପରିଚାଳନା କରିଥିଲେ । ବୈଠକରେ ଯୁବ ଯାଦବ ସଂପାଦକ ସଚିତା ନନ୍ଦ ବଗର୍ତ୍ତୀ, ପିତାମ୍ବର ବାଙ୍କ, ମହାଦେବ ବାଙ୍କ, ସୁଦାମ ସେଲମା, ଗୁଣନିଧି ବାଗ, ଲକ୍ଷ୍ମୀ ନାରାୟଣ ଷାଣ୍ଡ, ଶଙ୍କର ବାଗ, ନକୁଳ ବାଙ୍କ, ଗୌରାଙ୍ଗ ରାଉତ, ସତ୍ୟ ବଗର୍ତ୍ତୀଙ୍କ ସମେତ ବ୍ଲକ ଅଞ୍ଚଳର ଗ୍ରାମ ପଞ୍ଚାୟତ ଗୁଡିକର ସଭାପତି ସଂପାଦକମାନେ ଉପସ୍ଥିତ ଥିଲେ । ଶେଷରେ ଜଗନ୍ନାଥ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.