
ସମ୍ବଲପୁର : ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ କାର ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ନେଇ ଖବର ମିଳିଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ରେଢାଖୋଲ ଓ ପରେ ସମ୍ବଲପୁର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ମୁଣ୍ଡ, ଆଖି, ନାକରେ ଗୁରୁତର ଆଘାତ ଲାଗିଛି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ତାଙ୍କୁ ଭୁବନେଶ୍ଵରକୁ ଏୟାର ଲିଫ୍ଟରେ ନିଆଯିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ବରିଷ୍ଠ ବିଜେଡି ନେତା ଶ୍ରୀ ଆଚାର୍ଯ୍ୟଙ୍କ ସହ ତାଙ୍ଙ୍କ ପିଏସ୍ଓ ମଧ୍ୟ ଥିବା ବେଳେ ସେ ସମାମନ୍ୟ ଆହତ ହୋଇଛନ୍ତି ।