pr

ପ୍ଲାଜମା ଦାନ କଲେ ମେଡିସିନ ରିପ୍ରେଜେନଟେଟିଭ୍ ନାସିର୍ ଖାନ୍

dr. purohit

ବଲାଙ୍ଗିର, (କେପିଏନଏସ) : ସମାଜକୁ ରୋଗ ଦୁଃଖରୁ ଦୂରେଇ ରଖି ସ୍ୱାସ୍ଥ୍ୟବାନ ରଖିବାରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମେଡିସିନ୍ ରିପ୍ରେଜେନଟେଟିଭ୍ ମାନଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୁର୍ଣ୍ଣ । ନିଜର ଜୀବିକା ଉପାର୍ଜନ ସହ ଦେଶର କୋଣ ଅନୁକୋଣର ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନୂତନ ପିଢିର ଔଷଧ ଓ ଏହାର ଜ୍ଞାନ କୌଶଳ ପହଞ୍ଚାଇବାରେ ଏମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଦୁଖଃର ବିଷୟ ଯେ, ମେଡିସିନ୍ ରିପ୍ରେଜେନଟେଟିଭ୍ ମାନଙ୍କୁ ସମାଜ ପ୍ରତି ତାଙ୍କର ଅବଦାନ ପାଇଁ ସାଧାରଣତଃ କୌଣସି ଶ୍ରେୟ ମିଳେନାହିଁ । ଆହୁରି ବିଭିନ୍ନ କାରଣରୁ ଏମାନଙ୍କୁ ସମୟ ସମୟରେ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡେ । କିନ୍ତୁ ଆଜି ବଲାଙ୍ଗିରର ଜଣେ ଯୁବ ମେଡିସିନ୍ ରିପ୍ରେଜେନଟେଟିଭ୍ କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ନିଜ ରକ୍ତ ପ୍ଲାଜମା ଦାନ କରି ପ୍ରସଂଶାର ପାତ୍ର ହୋଇଛନ୍ତି । ସେ ହେଉଛନ୍ତି ବଲାଙ୍ଗିର ମାଲପଡା ନିବାସୀ ତଥା ମେଡିସିନ୍ ରିପ୍ରେଜେନଟେଟିଭ୍ ନାସିର ଖାନ । ନାସିର୍ ଏକ ଘରୋଇ ମେଡିସିନ କମ୍ପାନୀ ଅଧୀନରେ ବଲାଙ୍ଗିର ଅଂଚଳ ପାଇଁ କାମ କରନ୍ତି । ତେବେ ସାରା ଓଡିଶାରେ ପ୍ଲାଜମା ଦାନ କରିବା କ୍ଷେତ୍ରରେ ମେଡିସିନ୍ ରିପ୍ରେଜେନଟେଟିଭ୍ ଜଗତରେ ସେ ହେଉଛନ୍ତି ପ୍ରଥମ ଯୁବକ । ବଲାଙ୍ଗିର ରାଜନୀତିରେ ମଧ୍ୟ ଜଣେ କାର୍ଯ୍ୟକର୍ତ୍ତା ଭାବେ ନାସିର ବେଶ ସକ୍ରିୟ । ତାଙ୍କର ପ୍ଲାଜମା ଦାନ ଭଳି ମହତ୍ କାର୍ଯ୍ୟ ପାଇଁ ରିପ୍ରେଜେନଟେଟିଭ୍ ଓ ବୁଦ୍ଧିଜୀବୀ ମହଲରୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି ।
ପ୍ରକାଶ ଯୋଗ୍ୟ ଯେ, ନାସିର୍ କୋଭିଡ ସଂକ୍ରମଣ ସମୟରେ ନିଜ କମ୍ପାନୀ ତଥା ବିଭିନ୍ନ ସମାଜିକ କାମରେ ଖୁବ୍ ସକ୍ରିୟ ଥିଲେ । ଗତ ମାସରେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଆଜି ଖରିଆର ରୋଡର ଜଣେ କରୋନା ରୋଗୀଙ୍କ ଅନୁରୋଧ କ୍ରମେ ନାସିର୍ ରାୟପୁର ଯାଇ ପ୍ଲାଜମା ଦାନ କରିଥିଲେ । ଅଚିହ୍ନା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିଥିବା ଯୋଗୁଁ ଉକ୍ତ ରୋଗୀଙ୍କ ବନ୍ଧୁ ପରିଜନ ଓ ଖରିଆର ରୋଡ୍ ମାରଓ୍ବାଡି ଜାଗୃତି ଶାଖା ନାସିରଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତେବେ ଜାତି ଧର୍ମ ନିର୍ବିଶେଷରେ କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ଏକ ହୋଇ ଲଢିବା ପାଇଁ ନାସିର୍ ଅହ୍ୱାନ କରିବା ସହ ଆଗାମୀ ସମୟରେ ମଧ୍ୟ ସମାଜ ପାଇଁ ସେ ନିଜ ଦାୟିତ୍ୱ ତୁଳାଇବେ ବୋଲି କହିଛନ୍ତି। ଏହି ପ୍ଲାଜମା ଦାନ ପ୍ରକ୍ରିୟାରେ ବନ୍ଧୁ ରାହୁଲ ସାହୁ ଓ ଅମିତ ଚୌଧୁରୀ ସମସ୍ତ ସହେଯାଗ କରିଥିବା ସୂଚନା ରହିଛି

nrusinghnath
Leave A Reply

Your email address will not be published.