ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସରପ୍ରାପ୍ତ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନ୍‌ସନ ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ ପୂରଣ ନହେଲେ ରାଜ୍ୟରେ ଥିବା ପ୍ରାୟତଃ ୫ ହଜାର ଅବସରପ୍ରାପ୍ତ ଶିକ୍ଷକମାନେ ଭୁବନେଶ୍ୱର ରାଜରାସ୍ତାରେ ଓହ୍ଲାଇ ପିଏମ୍‌ଜି ଛକରେ ଅନଶନରେ ବସିବେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରତି ଜିଲ୍ଲା ମହକୁମାରେ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ରାଜଧାନୀରେ ଆତ୍ମାହୂତି ଦେବେ ବୋଲି ଆଗୁଆ ଚେତାବନୀ ଦେଇଛନ୍ତି । ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକମାନେ ଶୁକ୍ରବାର ପ୍ରତୀକ ଧାରଣା ଦେଇଥିଲେ । ରାଜ୍ୟ ସରକାର ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସ୍ୱରୂପ ଗଣମାଧ୍ୟମ ଆଗରେ ଏ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.