ପଥରରେ ଛେଚି ସ୍ୱାମୀଙ୍କୁ ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶିବେଡା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ମୃତ ସ୍ୱାମୀ ହେଲେ ସୁନାରାମ ମୁଣ୍ଡା । ସୁଚନାନୁଯାୟୀ ଗତକାଳି ସୁନାରାମ ମଦ ନିଶାରେ ଆସି ସ୍ତ୍ରୀ ସୁକୁମତି ମୁଣ୍ଡାଙ୍କୁ ମାରପିଟ୍ କରିବା ସହ ଗାଳି ଗୁଳଜ କରିଥିଲେ । ଏଥିରେ ସ୍ତ୍ରୀ ଉତ୍ୟକ୍ତ ହୋଇ ଘରଠାରୁ କିଛି ଦୁରରେ ଶୋଇଥିବା ବେଲେ ସ୍ୱାମୀର ମୁଣ୍ଡକୁ ପଥରରେ ଛେଚି ଚି ଦେଇଥିଲା । ରକ୍ତସ୍ରାବ ହେବାରୁ ଆମ୍ବୁଲାନ୍ସ ସହାୟତାରେ ସ୍ତ୍ରୀ ସ୍ଵାମୀକୁ ପାଟଣା ମେଡ଼ିକାଲକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ସୁନାରାମଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.