om academy

ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ

jsm

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପରିବର୍ଦ୍ଧିତ ବୈଠକ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷକ ସଂଗଠନ ସମନ୍ୱୟ ସମିତିର ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର କର୍ମକର୍ତ୍ତା ଯୋଗ ଦେଇଥିଲେ । ବିଶେଷକରି ଚାଷୀନେତା ଅଶୋକ ପଧାନ, ଲିଙ୍ଗରାଜ ପଧାନ ଏବଂ ସରୋଜ ମହାନ୍ତି ପ୍ରମୁଖ ଯୋଗଦେଇ ସଦ୍ୟ ସଂସଦରେ ପାରିତ ହୋଇଥିବା କୃଷିନୀତି ବିରୋଧରେ ବକ୍ତବ୍ୟ ରଖିଥିଲେ । ଏହି କୃଷି ନୀତି ଚାଷୀ ଏବଂ ଚାଷ ପାଇଁ ହିତକର ନୁହେଁ ବୋଲି କହିବା ସହ ଏହି ନୀତି ପ୍ରଣୟନ ହେଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ପ୍ରକାଶ କରିଥିଲେ । ଏହି କୃଷିନୀତିକୁ ବିରୋଧ କରି ଆଗାମୀ ଅକ୍‌ଟୋବର ୨ ତାରିଖରୁ ସଂଗଠନ ପକ୍ଷରୁ ବିକ୍ଷୋଭ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ୧୦ଟି ଜିଲ୍ଲାର ୫୦ରୁ ଅଧିକ ଚାଷୀନେତା ସାମିଲ ହୋଇଥିଲେ ।

Leave A Reply

Your email address will not be published.