oom

ବଲାଙ୍ଗିର ଜିଲ୍ଲାରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ସୈାଦର୍ଯ୍ୟକରଣ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ ନିମନ୍ତେ ଉଚ୍ଚସ୍ତରୀୟ କମିଟିର ବଲାଙ୍ଗିର ଗସ୍ତ ଓ ସମୀକ୍ଷା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ସୈାଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ ଖୁବ୍‌ ଶିଘ୍ର ଆରମ୍ଭ କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚ ସ୍ତରୀୟ କମିଟି ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ହରିଶଙ୍କର ପରିଦର୍ଶନ କରିବା ସହିତ ମନ୍ଦିରର ସୈାନ୍ଦର୍ଯ୍ୟକରଣ ଏବଂ ସେ ଅଞ୍ଚଳର ପାରିପାଶ୍ୱିକ ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ହରିଶଙ୍କର ଅନ୍ୟତମ ଅଟେ । ଜିଲ୍ଲାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ଏହି ପର୍ଯ୍ୟଟନ କ୍ଷେତ୍ରର ଘନିଷ୍ଟ ସଂପର୍କ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ହରିଶଙ୍କର ଆସିଥାନ୍ତି । ଏହି ପର୍ଯ୍ୟଟନ କ୍ଷେତ୍ରର ଗରୁତ୍ୱ ଓ ମହିମାକୁ ଦୃଷ୍ଟିରେ ରଖି ହରିଶଙ୍କରର ବିକାଶ ପ୍ରକଳ୍ପରେ ସୈାନ୍ଦର୍ଯ୍ୟକରଣ ସହିତ ପାରିପାଶ୍ୱିର୍କ ବିକାଶ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ଉଚ୍ଚ ସ୍ତରୀୟ କମିଟି ହରିଶଙ୍କରର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ଉଚ୍ଚ ସ୍ତରୀୟ ବଲାଙ୍ଗିର ଜିଲ୍ଲାର ନିର୍ମାଣାଧୀନ ଲୋୟର ସୁକତେଲ୍‌ ଜଳସେଚନ ପ୍ରକଳ୍ପ ପରିଦର୍ଶନରେ ଆସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ନିମନ୍ତେ ବିସ୍ଥାପନ ପ୍ୟାକେଜ, ବିସ୍ଥାପିତଙ୍କ ସମସ୍ୟା ଇତ୍ୟାଦି ସଂପର୍କରେ ସବିଶେଷ ଆଲୋଚନା କରିଥିଲେ ଓ ଲୋୟର ସୁକତେଲ୍‌ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଲୋୟର୍‌ ସୁକତେଲ୍‌ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆଲୋଚନା କରିଥିଲେ ।

ଏହି ଉଚ୍ଚ ସ୍ତରୀୟ କମିଟିରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍‌ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍‌, ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର୍‌ ଭିନିଲ୍‌ କ୍ରୀଷ୍ଣା ବଲାଙ୍ଗିର ଗସ୍ତରେ ଆସିଥିଲେ । ଉଚ୍ଚ ସ୍ତରୀୟ କମିଟିର ହରିଶଙ୍କର ଓ ଲୋୟର ସୁକତେଲ୍‌ ଜଳସେଚନ ପ୍ରକଳ୍ପର ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ୍‌ କୁଶଲକର୍‌ଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.