centurian jitm

ନିଯୁକ୍ତି ମେଳାରେ ୨୯୭୬ ଜଣ ଯୁବକ ଯୁବତୀଙ୍କୁ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ଜିଲ୍ଲା ସଦର ମହକୁମାସ୍ଥ ଛତ୍ରପୁର ଷ୍ଟାଡିୟମ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦଘାଟନ କରି ଚୟନ ହୋଇଥିବା କେତେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରି ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ । ଏତେ ସଂଖ୍ୟକ ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିବା ହେତୁ ଏହା ସଫଳ ହୋଇଛି । ଏହି ନିଯୁକ୍ତି ମେଳାରେ ୫୫୬୪ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୯୭୬ ଜଣ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦିଆଯାଇଥିବା ବେଳେ ୧୦୯୯ ଜଣଙ୍କୁ ତାଲିମ ପ୍ରଦାନ ନିମନ୍ତେ ଚୟନ କରାଯାଇଛି । ଏବଂ ୩୧୯ ଜଣଙ୍କୁ ସେହି ଠାରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ପ୍ରାୟ ୬୪ ଟି କମ୍ପାନୀ କର୍ମ ନିଯୁକ୍ତି ଦେବା ସକାଶେ ଅଂଶ ଗ୍ରହଣ କରିଥିଲେ । ଅନେକ ଯୁବକ ଯୁବତୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦେଇ ନିଯୁକ୍ତି ପ୍ରଦାନ କରାଯିବ । ବହୁଳ ଭାବରେ ନିଯୁକ୍ତି ସକାଶେ ଆସିଥିବା ହେତୁ ଆଗାମୀ ଦିନରେ ଏଭଳି ନିଯୁକ୍ତି ମେଳାକୁ ବ୍ୟାପକ ଭାବରେ ଆୟୋଜନ କରାଯିବ । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ ଦୋରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଚଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ମଧୁମିତା, ଉପ ଜିଲ୍ଲାପାଳ ଶିବାଶୀଷ ବରାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଛତ୍ରପୁର, ଉପ ନିର୍ଦ୍ଦେଶକ, ସ୍କିଲ ଡେଭଲପମେଣ୍ଟ କମ୍ ଏମ୍ପୟମେଣ୍ଟ ଗଞ୍ଜାମ, ବ୍ରହ୍ମପୁର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓରମାସ୍ ଓ ବ୍ଲକ ଉନ୍ନୟନ ଅଧିକାରୀ ଛତ୍ରପୁର ନିଯୁକ୍ତି ମେଳା ନିମନ୍ତେ ସହଯୋଗ କରିଥିଲେ ।

Leave A Reply

Your email address will not be published.