oom

ବ୍ଲକସ୍ତରୀୟ ନୂଆ ଓ ଯୁବ ଓଡିଶା କ୍ରୀଡା ଉତ୍ସବ ଉଦ୍‌ଯାପିତ : ସାଂସ୍କୃତିକ ପରିବେଷଣରେ ଦୁଲୁକିଲା ମଞ୍ଚ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ନୂଆ ଓ – ଯୁବ ଓଡ଼ିଶା ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୀର୍ଘ ୭ ଦିନ ଧରି ଯୁବକ ଓ ଯୁବତୀମାନଙ୍କୁ ନେଇ ଫୁଟବଲ, ଖୋ-ଖୋ, ଭଳିବଲ, କ୍ରିକେଟ, କବାଡି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରି ଯୁବକ ଯୁବତୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ୧୪୦ ପ୍ରତିଯୋଗୀ ପଞ୍ଜିକରଣ ହୋଇଥିବା ବେଳେ ୧୦୨ ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ୨୫ ଗୋଟି ଦଳ ବିଜେତା ହୋଇଥିଲେ । ଏହାର ଉଦ୍‌ଯାପନୀ ଉତ୍ସବରେ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ରିତାରାଣୀ ଥପା, ହିମାଞ୍ଚଳ ବୁଡ଼େକ, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ସରପଞ୍ଚ ସୁବ୍ରତ ନାଗ, ଗଜପତି ସାହୁ, ଶୈଳେନ୍ଦ୍ରି ମହାନନ୍ଦ, ମନୀଷ ସୁନା, ସମିତି ସଭ୍ୟ ନବୀନ ରଣା ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ସଭାକୁ ସଇଁତଲା ବିଡ଼ିଓ ବିନୟ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ସଭାକୁ ପରିଚାଳନା କରିଥିଲେ । ଏହାର ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ୟା ଆଶ୍ରମ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ସେକ୍‌ସନ୍‌ ଅଫିସର ପର୍ଶୁରାମ ନାୟକ, ରୁଦ୍ରାକ୍ଷ ଥପା, ସଂଗ୍ରାମ ମିଶ୍ର, ଖଗେଶ୍ୱର କାମ୍ପ ଓ ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଖେଳ ଶିକ୍ଷକ ବିନୋଦ ବିହାରୀ ବେହେରା, ସୁଦର୍ଶନ ନାୟକ, ପ୍ରଶାନନ୍ଦ ବାଗ, ରଞ୍ଜିତ ମିଶ୍ର, ପ୍ରଭୁଦତ୍ତ ଧରୁଆ, ରାଜବିହାରୀ ବନଛୋର, କରୁଣାକର ନାୟକ, ଦିନମଣି ପୋଢ଼, ଅଭିମନ୍ୟୁ ଭୋଇ, ରାନୀ ଠାକୁର, ବନିତା ବନଛୋର ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆକାଉଣ୍ଟ ଅଫିସର ଲଛମନ ଯାନୀ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.