oom

ଡେଲାଙ୍ଗରେ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀନଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ଗ୍ରାମାଞ୍ଚଳର ବେରୋଜଗାରୀ ଯୁବକ ଯୁବତୀଙ୍କ ପାଇଁ ଶୁକ୍ରବାର ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟିନି ସଭାରେ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଓରମାର୍ସ ଜିଲ୍ଲା ସଂଯୋଜକ ପ୍ରିୟଦର୍ଶନ ଜେନା, ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳିକା ପ୍ରମୋଦିନୀ ବେହେରା ପ୍ରମୁଖ ଯୋଗଦେଇ ବେରୋଜଗାର ଯୁବକ ଯୁବତୀଙ୍କୁ ରୋଜଗାର କ୍ଷମ କରିବା ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଏହି ଶିବିରକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଏହି ନିଯୁକ୍ତି ଭିତିକ ଶିବିରରେ ଛଟି କମ୍ପାନୀ ଓ ନିଯୁକ୍ତିଦାତା ଯୋଗଦେଇଥିଲେ । ୧୩୦ ଜଣ ବେରୋଜଗାର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ ମଧରୁ ୧୦୩ ଜଣ ବିଭିନ୍ନ କମ୍ପାନୀରେ ଟ୍ୟାଗ ହୋଇଛନ୍ତି । ୧୮ରୁ ୩୫ ବର୍ଷର ବେରୋଜଗାରୀ ଯୁବକ ଯୁବତୀଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦିଆଯିବ, ତାଲିମ ସମୟରେ ସେମାନଙ୍କୁ ମାଗଣା ରହିବା, ଖାଇବା, ପାଠ୍ୟଉପକରଣ ଓ ପୋଷାକ ଦିଆଯାଇଥାଏ । ପ୍ରଶିକ୍ଷଣ ପରେ ଏନ୍‌ସିଭିଟି ପ୍ରମାଣପତ୍ର ପ୍ରଦାନ ସହ ନିଶ୍ଚିତ କର୍ମ ନିଯୁକ୍ତି ବ୍ୟବସ୍ଥା ରହିଛି । ପୂର୍ବ ବର୍ଷ ମାନଙ୍କରେ ଏହି ଯୋଜନାରେ ଆତ୍ମନିର୍ଭରଶୀଳ ହୋଇଥିବା ଡେଲାଙ୍ଗ ଅଞ୍ଚଳର ଲତିକା ପ୍ରଧାନ, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ବୈରୀଗଞ୍ଜନ, ସୁନୀତା ଗୁରୁ, ରଶ୍ମିତା ବରିଶଲ ପ୍ରମୁଖ ପାଞ୍ଚ ଜଣକୁ ଅତିଥିମାନଙ୍କ ଦ୍ଵାରା ପୁରଷ୍କାର ପ୍ରଦାନ କରଯାଇ ସେମାନଙ୍କୁ ଉତ୍ସାହିତ କରଯାଇଥିଲା । ଶେଷରେ ବିପିଏମ୍‌ ପ୍ରମୋଦିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.