
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡା ନିବାସୀ ସୁଶିଳା ବରିହା(୫୮)ଙ୍କ ଦେହାନ୍ତ ଘଟିଛି । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ଶେଷ ସମୟରେ ସ୍ୱାମୀ ଶ୍ରୀ ବରିହାଙ୍କ ସମେତ ଭାଇ ସୁଦାମ, ସୁବାଷ, ନିରାକାର, ଏକମାତ୍ର ଝିଅ ଜ୍ୟୋସ୍ନାମୟୀ ବରିହା ଓ ନାତୁଣୀ ଇଭା ଉପସ୍ଥିତ ଥିଲେ । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଅବସରପ୍ରାପ୍ତ ୟୁଜିବି ଶାଖା ପରିଚାଳକ ଶୈଳେନ୍ଦ୍ର ବରିହାଙ୍କ ଧର୍ମପତ୍ନୀ ଏବଂ ପ୍ରାକ୍ତନ ଏଆର୍ସିଏସ୍ କାନ୍ତିଲାଲ ମୁଗ୍ରୀଙ୍କ ଭାତୃବଧୂ ଥିଲେ । ସ୍ଥାନୀୟ ବିଭୁତିପଡା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କରାଯାଇଥିବା ବେଳେ ସ୍ୱାମୀ ଶ୍ରୀ ବରିହା ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।