om academy

ଲହଙ୍ଗିର ଗ୍ରାମର ସଂକୀର୍ତ୍ତନ ମେନେଜର ଅଲେଖ ପ୍ରଧାନଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମ ସଂକୀର୍ତ୍ତନ ମେନେଜର ଅଲେଖ ପ୍ରଧାନଙ୍କ ପଦ୍ମପୁର ସରକାରୀ ହସପିଟାଲ ଠାରେ ହୃଦରୋଗରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା । ସେ ଜଣେ ସମାଜସେବୀ, ପରୋପକାରୀ, ଶିକ୍ଷାପ୍ରେମୀ, ଧର୍ମ ପରାୟଣ ବ୍ୟକ୍ତି ତଥା ସଂର୍କିର୍ତ୍ତନ ମେନେଜର ଥିଲେ । ଗ୍ରାମରେ ସଂର୍କିର୍ତ୍ତନ ମେନେଜର ଭାବେ ୩୦ ବର୍ଷ ଧରି କାର୍ଯ୍ୟ ତୁଲାଉ ଥିଲେ । ତାଙ୍କର ଉଦ୍ୟମରେ ଗ୍ରାମରେ ଶ୍ରୀଚୈତନ୍ୟ ସ୍ତମ୍ଭ ନିର୍ମାଣ ହୋଇ ପ୍ରତିଷ୍ଠା ମଧ୍ୟ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କର ମାତା ସୀତା ପ୍ରଧାନ, ସହଧର୍ମିଣୀ ଲକ୍ଷ୍ମୀ ପ୍ରଧାନ, ବଡପୁଅ ଠାକୁର କୁମାର ପ୍ରଧାନ, ସାନପୁଅ ସତ୍ୟ ଭୂଷଣ ପ୍ରଧାନ, ପୁତ୍ର ବହୁଦୂୟ ବବିତା ପ୍ରଧାନ, କ୍ଷୀରେ‌ଶ୍ୱରୀ ପ୍ରଧାନ ଓ ନାତି ନାତୁଣୀ ପପି, ପପୁ, ଗୁଞ୍ଜେନ ଓ ପ୍ରଧାନ ପରିବାର ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଗ୍ରାମରେ ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଅଲେଖ ପ୍ରଧାନଙ୍କ ଅକାଳ ବିୟୋଗରେ ବିଜେପି ଲଖମରା ମଣ୍ଡଳ ସଭାପତି ଭୀଷ୍ମଦେବ ସାହୁ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.