ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କର ପରଲୋକ ହୋଇଯାଇଛି । ଆଜି ସକାଳେ ହିମାଂଶୁ ହୃଦଘାତର ଶିକାର ହୋଇଥିଲେ ଓ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅନେକ ସାକ୍ଷାତକାରରେ ଏହି ଦୁଇ କ୍ରିକେଟର ଭାଇ ସେମାନଙ୍କ ସଫଳତା ପଛରେ ତାଙ୍କ ବାପା ଓ ମା’ଙ୍କ ହାତ ଥିବା କହିଥିଲେ । ହାର୍ଦ୍ଦିକ ଓ କୃନାଲଙ୍କ ବାପାଙ୍କର ଏକ ଛୋଟ କାର୍‌ ଫାଇନାନ୍ସ ବ୍ୟବସାୟ ଥିଲା । ତେବେ ଖାସ୍‌ ସେମାନଙ୍କ ପାଇଁ ସେ ଏହି ବ୍ୟବସାୟ ବନ୍ଦ କରି ବଡରୋ ଚାଲିଆସିଥିଲେ । ହାର୍ଦ୍ଦିକ ଓ କୃନାଲଙ୍କୁ ଭଲ ପ୍ରଶିକ୍ଷଣର ସୁଯୋଗ ଦେବାକୁ ସେ ଏଠାକୁ ଚାଲି ଆସିଥିଲେ । ବଡରୋରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ୱିକେଟ୍‌ କିପର କିରଣ ମୋରେଙ୍କ କ୍ରିକେଟ୍‌ ଏକାଡେମୀରେ ହିମାଂଶୁ ତାଙ୍କ ଦୁଇ ପୁଅଙ୍କ ନାମ ଲେଖାଇଥିଲେ । ଏଠାକୁ ଆସିବା ପରେ ଉଭୟ ହାର୍‌ଦ୍ଦିକ ଓ କୃନାଲଙ୍କ ଦକ୍ଷତା ଉପରେ ସମସ୍ତଙ୍କ ନଜର ପଡିଥିଲା ।

Leave A Reply

Your email address will not be published.

error: Content is protected !!