oum

ଅତାବିରା ଓକିଲ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ପରଲୋକ

jsm

ବରଗଡ/ଅତାବିରା, (ସତ୍ୟନାରାୟଣ ପ୍ରଧାନ) : ବରିଷ୍ଠ ଓକିଲ ତଥା ଅତାବିରା ଓକିଲ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । କଂଗ୍ରେସ ନେତା ସ୍ବର୍ଗତ କିରଣ ଶଙ୍କର ପାଢ଼ୀ ଓ ସୁଷମା ଦେବୀଙ୍କ ସେ ପ୍ରଥମ ସନ୍ତାନ ଥିଲେ । ସ୍ଵଭାବରେ ଜଣେ ମିଷ୍ଟଭାଷୀ, ନମ୍ର ବ୍ୟକ୍ତି ତଥା ଜଣେ ପ୍ରକୃତି ପ୍ରେମୀ ଭାବରେ ସେ ସମସ୍ତଙ୍କ ଅତି ପ୍ରିୟ ଥିଲେ । ସେ ତାଙ୍କ ଆବର୍ତମାନରେ ବିଧବା ମା ସୁଷମା , ଜଣେ ଭାଇ ମୁକେଶ, ଭଉଣୀ ରାକ୍ଷୀ, ପତ୍ନୀ ମମତା, ଝିଅ ନିଶା ଓ ପୁଅ ମାନସ ଓ ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି । ଗତ ବର୍ଷ ମଝିଆ ଭାଇ ରାଜେଶଙ୍କ ମୃତ୍ୟୁ ପରେ ଆଜି ରାକେଶଙ୍କ ମୃତ୍ୟୁ ସମଗ୍ର ପରିବାରକୁ ଦୋହଲାଇ ଦେଇଛି । ଆଜି ତାଙ୍କ ପାର୍ଥିବ ଶରୀର ଅତାବିରା ବାସ ଭବନରେ ପହଞ୍ଚିବା ପରେ ଓକିଲ ସଙ୍ଘର ସଦସ୍ୟ ମାନଙ୍କ ସମେତ, ଅତାବିରା ଗ୍ରାମ୍ୟ ନ୍ୟାୟାଳୟର କର୍ମଚାରୀ, ତହସିଲ ଅଫିସ କର୍ମଚାରୀ, ସବ ଟ୍ରେଜେରି ଅଫିସ୍ କର୍ମଚାରୀଙ୍କ ସହ ଅତାବିରା ବଣିକ ସଂଘ, କଂଗ୍ରେସ, ବିଜେପି, ବିଜେଡି ଦଳର କର୍ମକର୍ତ୍ତା, ଜେଶିଆଇ, ଭିଏସଏସ କ୍ଲବ, ପ୍ରଗତି କ୍ଲବ, ଗ୍ରାମ୍ୟ କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଶହ ଶହ ଅଧିବାସୀ ଦିବଙ୍ଗତ ପାଢ଼ୀଙ୍କ ଶରୀରର ଶେଷ ଦର୍ଶନ ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଙ୍ଘ ସଭାପତି ଉନି ନାୟାର, ସମ୍ପାଦକ ଅରବିନ୍ଦ ସୁସାରି, ଉପ ସଭାପତି ଦିବ୍ୟ କିଶୋର ମିଶ୍ର, ଯୁଗ୍ମ ସମ୍ପାଦକ ଭି. ଜଗନ୍ନାଥ ରାଓ, କୋଷାଧ୍ୟକ୍ଷ ନିରୋଦ ମହାକୁରଙ୍କ ସମେତ ବରିଷ୍ଠ ଓକିଲ ବୈକୁଣ୍ଠ ମେହେର, ବିରେନ୍ଦ୍ର ବାଙ୍କା, ତ୍ରିଲୋଚନ ବେହେରା, ରବି ପଣ୍ଡା, ସମୀର ଦାଶ, ବିକାଶ ମିଶ୍ର, ଘଡି ଗୋପାଳ ପାଣିଗ୍ରାହୀ, ସୁଶାନ୍ତ ମିଶ୍ର, ବଲ୍ଲଭ ଭୋଇ, ରୋହିତ ମହାପାତ୍ର, ରାଜେଶ ପାଣ୍ଡେ, ଚିତ୍ତ ଚାନ୍ଦ, ଧୀରେନ୍ଦ୍ର ବିଶି, ଦେବାନନ୍ଦ ଦାଶ, ଜଗନ୍ନାଥ ପ୍ରଧାନ, ଦିଲିପ ସ୍ବାଇଁ, ସାରଦା ମିଶ୍ର, ସମୀର ମହାପାତ୍ର, ଚୈତନ୍ୟ ପ୍ରଧାନ, ମାନସ ତ୍ରିପାଠୀ, ହିତେନ୍ଦ୍ରୀୟ ପ୍ରଧାନ, ଋଷିଶୃଙ୍ଗ ବଗାର, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପି ନେତା କୁଶ କୁମ୍ଭାର, ପ୍ରଧାନ, ଲଳିତ ନାୟକ, ସୁରେନ୍ଦ୍ର ସ୍ବାଇଁ, ବିଜେଡି ନେତା ସିଦ୍ଧାର୍ଥ ଶଙ୍କର ପଣ୍ଡା, ସତ୍ୟ ମିଶ୍ର, ଜିତେନ୍ଦ୍ରିୟ ଦାଶ, ବୁଲୁ କର, ଶ୍ୟାମ ଅଗ୍ରୱାଲ, ଅଶୋକ ଦାଶ, କଂଗ୍ରେସ ସହର ସଭାପତି ଅବିନାଶ ପ୍ରଧାନ, ସୁରେନ୍ଦ୍ର ନାୟକ, ମନୋଜ ଶତପଥୀ, ଶ୍ୟାମ ଅଗ୍ରୱାଲ, ସୁଶାନ୍ତ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଡମ୍ବରୁଧର ପ୍ରଧାନ, ମୁକେଶ ଅଗ୍ରୱାଲ, ଜିତୁ ଭୋଇ, ଜିଲ୍ଲା କ୍ରୀଡା ସଂସଦ ସମ୍ବଲପୁରର ସମ୍ପାଦକ ସୁନିଲ ସାହୁ, ଓଡ଼ିଶା କୃଷକ ସଂଗଠନ ବ୍ଲକ୍ ସଭାପତି ବିରେନ୍ଦ୍ର କର, ବଜରଙ୍ଗ ଦଳର ଅଶ୍ଵିନୀ ମେହେର, ଭୀମ ଆର୍ମୀର ମନୋଜ ସୁନା, କୋଶଳ ଆନ୍ଧ୍ର କଲ୍ଚରାଲ ଏସୋସିଏସନ୍‌ରୁ କେପି ଶ୍ରୀନିବାସ, ଜି. ନରସିଂହ ମୂର୍ତ୍ତି, ଜେସିଆଇରୁ ଅମୃତ ବାରିକ, ସଞ୍ଜୀବ ପରିଜା, ବଣିକ ସଂଘ ସଭାପତି ବୃନ୍ଦାବନ ମିଶ୍ର, ଜୟ ପ୍ରକାଶ ଅଗ୍ରୱାଲଙ୍କ ସମେତ ଅନିଲ ସାହୁ, ଜୟ ପ୍ରକାଶ ଶର୍ମା, ରବି ମିତ୍ର, ସୁଧାଂଶୁ ତ୍ରିପାଠୀ, ଅମୃତ ପ୍ରଧାନ, ମନ୍ଟୁ ପ୍ରଧାନ ସହରର ବହୁ ବୁଦ୍ଧିଜୀବୀ ନିଜର ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଶେଶକୃତ୍ୟ ସମ୍ପନ୍ନ ହୋଇଥିଲା । ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଓ ଅତାବିରା ସହରର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ପୁଅ ମାନସ ମୂଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.