ମକଡ୍ରିଲ୍ କରୁଥିବା ବେଳେ ପାଣିରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ବଲାସିଙ୍ଗାଠାରେ ଚାଲିଥିବା ପଞ୍ଚମ ଆଇ.ଆର.ବି. ବାଟାଲିୟନର ଓଡ୍ରାଫ ୟୁନିଟର ଯବାନମାନେ ଆଜି ବଉଦ ମହାନଦୀର ଅପରପାର୍ଶ୍ୱରେ ମକଡ୍ରିଲ୍ କରୁଥିବା ବେଳେ ପାଣିରେ ବୁଡି ଜଣେ ଯବାନ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କିଆକଟା ପାଶ୍ୱର୍ରେ ମହାନଦୀରେ ଓଡ୍ରାଫ ୟୁନିଟର ଯବାନମାନେ ଆଜି ମକଡ୍ରିଲ୍ କରୁଥିବା ବେଳେ ପଞ୍ଚମ ଆଇଆରବିର ପ୍ରଦ୍ୟୁମ୍ନ ପଣ୍ଡା ନାମକ ଜଣେ ୩୧ ବର୍ଷିୟ ଜବାନ ନିଖୋଜ ହୋଇଥିବା ଜଣାପଡିଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ତନାଘନା । ବୌଦ୍ଧ ଅଗ୍ନିଶମ ବାହିନୀ, ଓଡ୍ରାଫ୍ଟ ବାହିନୀ, ପୋଲିସ ଓ ଆଇଆରବି ଯବାନମାନେ ମହାନଦୀରେ ଖୋଜିବାରେ ଲାଗିଥିଲେ । ୨ଘଣ୍ଟାଧରି ଖୋଜିବା ପରେ ମହାନଦୀ ଜଳରୁ ଯବାନଙ୍କ ମୃତ ଶରୀର ଉଦ୍ଧାର କରିଥିଲେ ।

ମହାନଦୀରୁ ମୃତ ଶରୀର ଉଦ୍ଧାର ପରେ ପୋଷ୍ଟମୋଟମ ପାଇଁ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲା । ମୃତ ଯବାନଙ୍କ ଘର ଫୁଲବାଣୀ ସହରର ପିଅନପଡାର ବୋଲି ଜଣାଯାଇଛି । ସୂଚନା ପାଇ ତାଙ୍କ ପରିବାରବର୍ଗ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚିଥିଲେ । ସହକର୍ମୀ, ପରିବାର ଓ ବନ୍ଧୁବର୍ଗ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.