ଖପ୍ରାଖୋଲ ପଂଚାୟତକୁ ଦୁଇ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ସଦର ମହକୁମାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ଭୋଇ ଦୁଇ ଦିନ ପାଇଁ ଖପ୍ରାଖୋଲ ପଂଚାୟତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ପୁର୍ବରୁ ଜିଲ୍ଲା ପ୍ରଶାସନ ମଙ୍ଗଳବାର ଯାଏଁ ସଟ୍ ଡାଉନ୍ କରିଥିବା ବେଳେ ଏବେ ଗୁରୁବାର ଯାଏଁ ଦୁଇ ଦିନ ପାଇଁ ସରପଞ୍ଚଙ୍କ ସଟ୍ ଡାଉନ୍ ଘୋଷଣା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖପ୍ରାଖୋଲ ଗାଁ ପ୍ରବେଶ ପଥକୁ ବାଉଁଶ ଯୋଗେ ବନ୍ଦ କରାଯାଇଥିବା ବେଳେ ଥାନାର ମଧ୍ୟ ଗେଟ୍ ବନ୍ଦ ରହିବା ସହ ଗେଟ୍ରେ ଅଭିଯୋଗ ବାକ୍ସ ଝୁଲା ହୋଇଛି । ସଦର ମହକୁମାରେ ପ୍ରଥମ କରି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ଯୋଗୁଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି ।

ପୁର୍ବରୁ ବ୍ଲକରେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଦୁଇ ମିଶାଇ ୧୯ ଜଣ ଚିହ୍ନଟ ହୋଇସାରିଛନ୍ତି । ସେଥି ମଧ୍ୟରୁ ୧୭ ଜଣ ସୁସ୍ଥ ହୋଇ ଫେରି ସାରିଥିବା ଜଣାଯାଇଛି ।

Leave A Reply

Your email address will not be published.