ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ଆଜି ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଲ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ ଏହି ପବିତ୍ର ମାଟିକୁ ପୂଜାର୍ଚ୍ଚନା କରାଯାଇ ମୃଣ୍ମୟୀ ପ୍ରତିମା ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ଏହି ଉପଲକ୍ଷେ ଆଜି ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ବାହାରି ବିଲ୍ୱ ବୃକ୍ଷଠାରେ ପୂଜାଚ୍ଚନା କରିଥିଲେ । ମୃତ୍ତିକା ସଂଗ୍ରହ ପରଠୁ ପ୍ରତିମା ନିର୍ମାଣ କାମ ଆରମ୍ଭ ହେବ । ପୂଜା କାର୍ଯ୍ୟରେ ପୁଜକ ଭାବେ ନିରଂଜନ ମହାପାତ୍ର, ବିଶେଶ୍ୱର ପୁଝାରୀ, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା,ଡମ୍ବରୁ ପଶାୟତ, ସ୍ୱାସ୍ତିକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.