ପାଇପ ଫାଟି ପାଣି ଗଳୁଛି : ପ୍ରଶାସନର ଦେଖାନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବସୁଧା ଯୋଜନାରେ ରାଜ୍ୟ ସରକାର ପ୍ରତି ଗ୍ରାମରେ ଘର ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାର ପ୍ରାବଧାନ ଅଛି । ବରଗଡ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରକୁ ପାଇପ ସଂଯୋଗ ହୋଇ ପାଣି ଯୋଗାଇ ଦିଆଯାଉଛି । ହେଲେ ପରିତାପର ବିଷୟ ଯେ, ଦୀର୍ଘ ଦିନରୁ ପାଣି ଟାଙ୍କିର ଅନତି ଦୂରରେ ଗ୍ରାମ ପାଖ ରାସ୍ତା କଡରେ ପାଇପ ଫାଟିବା ହେତୁ ପାଣି ବାହାରି ରାସ୍ତାରେ ପାଣି ଜମୁଛି । ପ୍ରଶାସନର ଆଢୁଆଳରେ ଏ ବିଷୟରେ କାହାରିର ଦେଖାନାହିଁ । ତେଣୁ ପ୍ରଶାସନ ଅବା ସମ୍ପୃକ୍ତ ବିଭାଗର ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.