ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆୟକର ବିଭାଗର ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ଦେଇଛି । ପ୍ୟାନ୍ ୨.୦ ପ୍ରକଳ୍ପ ପାଇଁ ଆର୍ଥିକ ପ୍ରଭାବ ୧୪୩୫ କୋଟି ଟଙ୍କା ହେବ । ପ୍ୟାନ୍ ୨.୦ ପ୍ରକଳ୍ପ ଟିକସଦାତା ପଞ୍ଜୀକରଣ ସେବାଗୁଡ଼ିକର ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ପରିବର୍ତ୍ତନକୁ ସକ୍ଷମ କରେ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଲାଭ ରହିଛି :
- ଉନ୍ନତ ଗୁଣବତ୍ତା ସହିତ ଆକସେସ୍ ଏବଂ ଦ୍ରୁତ ସେବା ପ୍ରଦାନର ସହଜତା ;
- ସତ୍ୟର ଏକକ ଉତ୍ସ ଏବଂ ଡାଟା ସ୍ଥିରତା
- ପରିବେଶ ଅନୁକୂଳ ପ୍ରକ୍ରିୟା ଏବଂ ବ୍ୟୟ ସଦୁପଯୋଗ; ଏବଂ
- ଅଧିକ ଶୀଘ୍ରତା ପାଇଁ ଭିତ୍ତିଭୂମିର ସୁରକ୍ଷା ଏବଂ ଅପ୍ଟିମାଇଜେସନ୍
ପ୍ୟାନ୍ ୨.୦ ପ୍ରୋଜେକ୍ଟ ହେଉଛି ଟିକସଦାତାଙ୍କ ଡିଜିଟାଲ୍ ଅଭିଜ୍ଞତାରେ ସୁଧାର ପାଇଁ ପ୍ୟାନ୍/ ଟ୍ୟାନ୍ ସେବାର ପ୍ରଯୁକ୍ତି ଦ୍ୱାରା ପରିଚାଳିତ ପରିବର୍ତ୍ତନ ମାଧ୍ୟମରେ ଟିକସଦାତା ପଞ୍ଜୀକରଣ ସେବାର ବ୍ୟବସାୟ ପ୍ରକ୍ରିୟାକୁ ପୁନଃ ବ୍ୟବସ୍ଥିତ କରିବା ପାଇଁ ଏକ ଇ – ଗଭର୍ଣ୍ଣାନ୍ସ ପ୍ରକଳ୍ପ । ଏହା ବର୍ତ୍ତମାନର ପ୍ୟାନ୍ /ଟ୍ୟାନ ୧.୦ ଇକୋ – ସିଷ୍ଟମର ଅପଗ୍ରେଡ୍ ହେବ ଯାହା କୋର୍ ଏବଂ ଅଣ – କୋର୍ ପ୍ୟାନ୍ / ଟ୍ୟାନ କାର୍ଯ୍ୟକଳାପ ତଥା ପ୍ୟାନ୍ ବୈଧତା ସେବାକୁ ସୁଦୃଢ଼ କରିବ । ପ୍ୟାନ୍ ୨.୦ ପ୍ରକଳ୍ପ ଡିଜିଟାଲ ଇଣ୍ଡିଆରେ ସ୍ଥାପିତ ସରକାରଙ୍କ ଦୃଷ୍ଟିକୋଣ ଅନୁକୂଳ ଅଟେ ଯାହା ନିର୍ଦ୍ଦିଷ୍ଟ ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ବ୍ୟବସ୍ଥା ପାଇଁ ସାଧାରଣ ପରିଚୟକାରୀ ଭାବରେ ପ୍ୟାନ୍ର ବ୍ୟବହାରକୁ ସକ୍ଷମ କରିଥାଏ ।