jayashree

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଆନୁକୂଲ୍ୟରେ ସିଭିଲ ସର୍ଭିସ ଦିବସ ପାଳିତ

  • ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ସମାଜରେ ପରିବର୍ତ୍ତନ ଆଣିବା ପାଇଁ ‘ଟ୍ରାନ୍ସଫର୍ମେଟିଭ ଗଭର୍ଣ୍ଣେନ୍ସ’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକଡେମୀ ପକ୍ଷରୁ ଗତକାଲି ଅପରାହ୍ଣରେ ଲୋକସେବା ଭବନ ସ୍ଥିତ କନଭେନ୍ସନ୍‌ ସେଣ୍ଟର ଠାରେ ସିଭିଲ ସର୍ଭିସ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ପୁଲିସ୍‌ ସେବା ଅଧିକାରୀ, ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଅଧିକାରୀମାନେ ଯୋଗ ଦେଇଥିଲେ । ସମାବେଶରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ।

ସମାବେଶରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମର ସମ୍ବିଧାନ ଅନୁସାରେ ନାଗରିକମାନେ ହେଉଛନ୍ତି ଦେଶ ନିର୍ମାଣର ପ୍ରମୁଖ କ୍ଷେତ୍ର ଏବଂ ସେଥିପାଇଁ ସେମାନେ ଶାସନର କେନ୍ଦ୍ରବିନ୍ଦୁ ହେବା ଦରକାର । ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଦାୟିତ୍ୱର ସହ ନାଗରିକମାନଙ୍କର କଲ୍ୟାଣକୁ ଗୁରୁତ୍ୱ ଦେବା । ବ୍ୟବସ୍ଥାରେ କେବଳ ଲକ୍ଷଣଗୁଡିକର ଚିହ୍ନଟ ପରିବର୍ତ୍ତେ ସମସ୍ୟାର ମୂଳ କାରଣଗୁଡିକୁ ଖୋଜି ଏହାର ସମାଧାନ କରି ସମାଜରେ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ‘ଟ୍ରାନ୍ସଫର୍ମେଟିଭ ଗଭର୍ଣ୍ଣେନ୍ସ’ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

Leave A Reply

Your email address will not be published.