oom

ବରୋବାହାଲରେ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତୀ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତର ବରୋବାହାଲ ଗ୍ରାମରେ ଥିବା ମହାତ୍ମା ଜ୍ୟୋତି ରାଓ ଫୁଲେ ଯୁବକ ସଘ ପକ୍ଷରୁ ୧୯୦ ତମ ଜ୍ୟୋତି ରାଓ ଫୁଲେ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରବୀଣ ପୁଟେଲଙ୍କ ସଭାପତିତ୍ୱ ମୁଖ୍ୟ ଅତିଥି ଭାବେ ଗନ୍ଧରାବନ୍ଧ ପଂଚାୟତ ସରପଂଚ ଭଗବାନ ଦାସ ଛୁରା, ମୁଖ୍ୟବକ୍ତା ଭାବେ ଆରଏମ୍‌ବିକେଏସ୍‌ ରାଜ୍ୟ ଉପସଭାପତି ହରପ୍ରସାଦ ମାଝୀ, ସମ୍ମାନୀୟ ଅତିଥି ପୂର୍ବତନ ନାଏବ ସରପଂଚ ଦିଲିପ ପୁଟେଲ, ଶିକ୍ଷକ କିଶୋର ମାଝୀ, ୱାର୍ଡ ମେମ୍ବର ଝସକେତନ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ତାଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ସଂଘର ସମ୍ପାଦକ ଗୋପାଳ ପୁଟେଲ, ସଦସ୍ୟ ପିଙ୍କୁ ମାଝୀ, ରିଙ୍କୁ ପୁଟେଲ, ଡୋଲାମଣି ତାଣ୍ଡି, ଡୋଲାମଣି ପୁଟେଲ, କିରଣ ପୁଟେଲ ପ୍ରମୁଖ ସହ ଯୋଗ କରିଥିଲେ ।

jittmm
Leave A Reply

Your email address will not be published.