ବିଦ୍ୟୁତ ଶୁକ୍ଲ ବୃଦ୍ଧିକୁ ନେଇ ଆଗକୁ ଆସିଲା ପଦ୍ମପୁର ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କୋଭିଡ ସମୟରେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି ବର୍ଦ୍ଧିତ ବିଦ୍ୟୁତ ବିଲ । କୋଭିଡ ମହାମାରୀ ଯୋଗୁଁ ଲୋକେ ଅସୁବିଧାରେ ଥିବା ବେଳେ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ସହ ହାତ ମିଳେଇ ଯେଉଁ ବର୍ଦ୍ଧିତ ବିଦ୍ୟୁତ ବିଲର ଚକ୍ରାନ୍ତ କରିଛନ୍ତି । ଏହା ଦ୍ୱାରା ଅନଲାଇନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ଚାଷୀ ମାନଙ୍କ ମୁଖ୍ୟତଃ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ବିଷୟରେ ଶୀଘ୍ର ସମାଧାନର ପଦକ୍ଷେପ ନେବା ପାଇଁ ପଦ୍ମପୁର ଏସ୍‌ଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ନିମନ୍ତେ ପଦ୍ମପୁର ବିଜେପି ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହା ସହ ବିଦ୍ୟୁତ ବିଲରେ ଚାଷୀ ମାନଙ୍କୁ ସବସିଡ଼ି ପ୍ରଦାନ କରାଯିବା ସହ, ବଢା ଯାଇଥିବା ୟୁନିଟ ପିଛା ଦର କାମ କରାଯାଉ ଏବଂ ବାରମ୍ବାର ଅଘୋଷିତ ଭାବରେ କଟାଯାଉଥିବା ବିଦ୍ୟୁତ୍‌କୁ ବିଭାଗ ତରଫରୁ ତଦାରଖ କରାଯାଉ ବୋଲି ଦାବୀ ଜଣାଯାଇଛି। ଯଦି ଏହାର ଶୀଘ୍ର ଓ ଉଚିତ ସମାଧାନ ନ ହେଲା ଭାରତୀୟ ଜନତା ପାର୍ଟି ତରଫରୁ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି କୁହାଯାଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀଙ୍କ ଦ୍ଵାରା ପରିଚାଳିତ ଏହି ସଭାରେ ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ନାରୀ ନେତ୍ରୀ ଜ୍ୟୋତ୍ସ୍ନାରାଣୀ କର, ସରସ୍ୱତୀ ସାହୁ ଏହି ବିଷୟକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଲେ । ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ଦହିତା ମଣ୍ତଳ ସଭାପତି କେତନ ମେହେର, ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଡ. ଶ୍ରୀକାନ୍ତ ପାଣିଗ୍ରାହୀ, ବରିଷ୍ଠ ନେତା ଅଶୋକ କୁମାର ମିଶ୍ର, ପଦ୍ମପୁର ନଗର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ଏଡ଼ଭୋକେଟ ଆଦିତ୍ୟ ରଥ, ସୁବାଷ ପାତ୍ର, ହରି ସିଂ, ସରୋଜ ମିଶ୍ର, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ମନ୍ତୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ଦୀପକ ବାରିକ, ନିଳାଞ୍ଚଳ ଦରୁଆନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.