ଭାର ବୋହି ଚର୍ଚ୍ଚାକୁ ଆସିଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା : ସରକାରୀ କାମର ତଦାରଖ ପାଇଁ ଫିଲ୍ଡକୁ ଗଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ । ମନରେଗା ଯୋଜନାରେ ହେଉଥିବା ମାଟି କାମରେ ଭାରରେ ମାଟି ବୋହିଛନ୍ତି ଜିଲ୍ଲାପାଳ । କେବଳ ଜିଲ୍ଲାପାଳ ନୁହେଁ କୋମନା ବିଡ଼ିଓ ମଧ୍ୟ ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତରେ । ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଖୋଦ୍ ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.