ନୃସିଂହନାଥ ପରିଦର୍ଶନ ଏବଂ ସମୀକ୍ଷା କଲେ ଆଇ.ଏ.ଏସ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠର ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟର ସମୀକ୍ଷା କରିବା ସହ ପରିଦର୍ଶନ ପାଇଁ ଓଡିଶା ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭି.କେ. ପଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କ ଗସ୍ତ କାର୍ୟ୍ୟକ୍ରମରେ ଆସିଥିଲେ ।

ମହାପ୍ରଭୁ ଶ୍ରୀ ନୃସିଂହନାଥଙ୍କର ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ । ମନ୍ଦିରର ବିକାଶ ପାଇଁ ମନ୍ଦିରରେ ଥିବା ଧର୍ମଶାଳା ମାନଙ୍କରେ ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ନୂତନ ଇକୋ ପାର୍କ, ଚିଲ୍ଡରେନ୍ସ ପାର୍କ, ନୂତନ ଅଫିସ ଗୃହ ନିର୍ମାଣ ଭଳି ପ୍ରାୟ ୨୦ଟିପ୍ରସ୍ତାବ ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ଦିଆ ଯାଇଥିବା ବେଳେ ପାଇକମାଲ ନାଗରିକ କମିଟି ତରଫରୁ ନୂଆପଡା ବରଗଡ଼ ରାସ୍ତାର ଉନ୍ନତି, ପାଇକମାଲ ସି.ଏଚ.ସିର କର୍ମଚାରୀ ଏବଂ ଚିକିତ୍ସକ ନିଯୁକ୍ତି, ସହ ପାଇକମାଲକୁ ଏନ.ଏ.ସି ଘୋଷଣା ପାଇଁ ଦାବୀପତ୍ର ଦେଇଥିଲେ।ସୂଚନା ଅନୁଯାୟୀ ପଦ୍ମପୁର ସତିଭଟା ସ୍ଥିତ ଏରୋଡ୍ରମ ଫିଲ୍ଡରେ ଓଲ୍ହାଇ ଆଇ. ଏ. ଏସ. ଦଳ ନୃସିଂହନାଥ କ୍ଷେତ୍ରକୁ ଆସିବ ସହ ବିଭି‌ନ୍ନ ବିକାଶ ମୂଳକ କାର୍ୟ୍ୟ ମାନଙ୍କର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଥିଲା । ଏହା ପରେ ସେ ନୃସିଂହନାଥ ଠାରୁ ହରିଶଙ୍କର ପରିଦର୍ଶନ ଓ ସମୀକ୍ଷା ପାଇଁ ଗସ୍ତ ଥିବାର ସୂଚନା ରହିଛି ।

Leave A Reply

Your email address will not be published.