ବଲାଙ୍ଗିର ସହରର ବୁଲା କୁକୁରମାନଙ୍କ ସୁରକ୍ଷା ଓ ଯତ୍ନ ପୂର୍ବକ ବଲାଙ୍ଗିର ପଶୁ ଚିକିତ୍ସାଳୟଠାରେ ନିର୍ମାଣ ହେଉଛି ପଶୁ ସୁରକ୍ଷା ଗୃହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବୁଲା କୁକୁରମାନଙ୍କ ସୁରକ୍ଷା ଓ ଯତ୍ନ ପୂର୍ବକ ବଲାଙ୍ଗିର ପଶୁ ଚିକିତ୍ସାଳୟଠାରେ ପଶୁ ସୁରକ୍ଷା ଗୃହ ନିର୍ମାଣ ହେଉଥିବା ଜଣାପଡିଛି । ଗତ ଜାନୁଆରୀ ଶେଷ ଆଡକୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ସ୍ଥାନ ନିରୂପଣ କରାଯାଇ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ । ଏବେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ବେଳେ ଆଜି ପୁଣି ପୌରାଧ୍ୟକ୍ଷାଙ୍କ ଦ୍ୱାରା ନବ ନିର୍ମିତ ଗୃହ କାର୍ଯ୍ୟକୁ ତଦାରଖ କରାଯାଇଛି । ଏହି ଅବସରରେ ପଶୁପକ୍ଷୀ ଜୀବଜନ୍ତୁ ପ୍ରେମୀ କାହ୍ନା ଶତପଥି ଉପସ୍‌ସ୍ଥିତ ଥିଲେ । ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଶୁଭ ଉଦ୍‌ଘାଟନ କରାଯିବ ବୋଲି ପୌରାଧ୍ୟକ୍ଷା ଲିକା ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.