ସଂଜ୍ଞାହୀନ ଅବସ୍ଥାରେ ରାସ୍ତା କଡରୁ ନିଖୋଜ ନାବାଳିକା ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ସନ୍ଧ୍ୟାରେ ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ବାରପୁଡୁଗ୍‌ – ତରଭା ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ନାବାଳିକା ଉଦ୍ଧାର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଗ୍ରାମର ହାଇସ୍କୁଲ ପଢୁଆ ଜଣେ ନାବାଳିକା ନିଜଘରୁ ଗତକାଲି ପୂର୍ବାହ୍ନରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଦୀର୍ଘ ସମୟ ଧରି ଘରେ ନ ଦେଖିବା ପରେ ପରିବାର ଲୋକେ ସାହିପଡିଶା ଓ ସାଙ୍ଗ ସାଥୀ ଘର ଖୋଜାଖୋଜି କରି କୌଣସି ସୁଚନା ନପାଇ ବିବ୍ରତ ହୋଇ ପଡିଥିଲେ । ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ନାବାଳିକା ଜଣକ ଅଚେତ ଅବସ୍ଥାରେ ଗ୍ରାମ ନିକଟସ୍ଥ ବାରପୁଡୁଗ୍‌ – ତରଭା ରାସ୍ତାରେ ପଡିଥିବା ବାଟରେ ଯାଉଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଖବରପାଇ ପରିବାର ଲୋକ ଆମ୍ବୁଲାନସ୍‌ ଓ ପୋଲିସ୍‌କୁ ଖବର୍‌ ଦେବାସହ ତାକୁ ଉଦ୍ଧାରକରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ନାବାଳିକାର ହାତର ଭେନ କଟିଯାଇଥିବା ଓ ରକ୍ତସ୍ରାବ ହେଉଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । ବୌଦ୍ଧଥାନା ପୋଲିସ ଏ ସମ୍ପର୍କରେ ତଦନ୍ତ ଚଳାଇଥିବା ଜଣା ପଡିଛି । ପୋଲିସ୍‌ ତଦନ୍ତ ପରେ ନାବାଳିକାର ନିଖୋଜ ଓ ରାସ୍ତାକଡରୁ ଉଦ୍ଧାର ହେବା ସମ୍ପର୍କରେ ସମସ୍ତ ଘଟଣାର ଖୁଲାସା ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.